Only for Entertainment

ଦର୍ଶକଙ୍କ ହୃଦୟ ଜିତିଲା ‘ସାହୋ’, ପ୍ରଭାସଙ୍କ ଫିଲ୍ମକୁ କୁହାଗଲା ମାଷ୍ଟରପିସ, ବୋର ହୋଇଗଲେ ୟୁଏଇ କ୍ରିଟିକ

aajtak
561

ବାହୁବଳୀ ଷ୍ଟାର ପ୍ରଭାସଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ସାହୋ’ ଅଜି ସିନେମା ଘରେ ରିଲିଜ ହୋଇ ସାରିଛି । ଆକ୍ସନରେ ଭରପୂର ‘ସାହୋ’କୁ ସାରା ଦୁନିଆରୁ ପଜିଟିଭି ମତ ମିଳୁଛି । ସୁଜିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ସାହୋ’କୁ ଦର୍ଶକ ମାଇଣ୍ଡବ୍ଲୋଇଙ୍ଗ ବୋଲି କହୁଛନ୍ତି ।

ଆକ୍ସନ ଲଭର୍ସ ଫିଲ୍ମକୁ ଯଥେଷ୍ଟ ପ୍ରଶଂସା କରୁଛନ୍ତି । ଫିଲ୍ମର ଆକ୍ସନ ଠାରୁ ଆରମ୍ଭ କରି ପ୍ରଭାସଙ୍କ ଅଭିନୟ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟକୁ ଖୁବ ପ୍ରଶଂସା କରାଯାଉଛି । ପଜିଟିଭି ମତ ମଧ୍ୟରେ ଦର୍ଶକ ପ୍ରଭାସଙ୍କୁ ରାଜା ବୋଲି ମଧ୍ୟ କହି ସାରିଲେଣି । ସବୁଠାରୁ ଖାସ କଥା ହେଉଛି ଜଣେ ୟୁଜର ଲେଖିଛନ୍ତି ନେଗେଟିଭି ଭ୍ୟୁଜକୁ ନେଇ ଆଦୌ ବିଶ୍ୱାସ କରନ୍ତୁ ନାହିଁ । ଫିଲ୍ମ ବହୁତ ଭଲ ହୋଇଛି । ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଫିଲ୍ମ ମଧ୍ୟରେ ଏହା ବେଷ୍ଟ ଫିଲ୍ମ ।

ପ୍ରଭାସଙ୍କ ମଲ୍ଟି ଷ୍ଟାରର ଫିଲ୍ମକୁ ୟୁଏଇରେ କ୍ରିଟିକ ୪ ଷ୍ଟାର ରେଟିଂ ଦେଇଛନ୍ତି । ଯଦିଓ ଆକ୍ସନ ଥ୍ରିଲର ଫିଲ୍ମକୁ ପ୍ରଶଂସାରେ ପୋତି ପକାଉଛନ୍ତି ଦର୍ଶକ ତଥାପି ନେଗେଟିଭି କମେଂଟ ମଧ୍ୟ ଆସୁଛି । ୟୁଏଇର ଫିଲ୍ମ କ୍ରିଟିକ ମଧ୍ୟ ଏହାକୁ ଲମ୍ବା,ଏବଂ ଫିଲ୍ମରେ ଆକ୍ସନ ସିକ୍ୱେନ୍ସକୁ ଓଭରଡୋଜ ବୋଲି କହିଛନ୍ତି । ଫିଲ୍ମର ସ୍କ୍ରିନପ୍ଲେ ଏବଂ ଭିଲେନଙ୍କୁ ନେଇ କ୍ରିଟିକ ସାହୋକୁ ବୋରିଂ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More