ଶେଷରେ ଅପେକ୍ଷାର ଅନ୍ତ ହୋଇଛି । ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଷ୍ଟାରର ଫିଲ୍ମ ‘ସାହୋ’ର ଜବରଦସ୍ତ ଟ୍ରେଲରକୁ ମେକର୍ସ ରିଲିଜ କରିଛନ୍ତି । ଫିଲ୍ମକୁ ନେଇ ଦର୍ଶକ ଉତ୍ସାହିତ ଥିବା ବେଳେ ଏହାର ଟ୍ରଲର ସମସ୍ତଙ୍କ ମନକୁ ରୋମାଞ୍ଚିତ କରିଦେଇଛି । ସୁଜିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଟ୍ରେଲରରେ ପ୍ରଭାସଙ୍କ ଜବରଦସ୍ତ ଆକ୍ସନ ତା ସହିତ ଦୁହଁଙ୍କ ରୋମାଣ୍ଟିକ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।
ଦେଖନ୍ତୁ ଟ୍ରେଲର-
କହିରଖୁଛୁ ଯେ, ଫିଲ୍ମରେ ପ୍ରଥମ ଥର ପାଇଁ ପ୍ରଭାସ ଏବଂ ଶ୍ରଦ୍ଧାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ । ପ୍ରଭାସ ୨୦୧୭ରେ ରିଲିଜ ହୋଇଥିବା ଫିଲ୍ମ ବାହୁବଳୀ : ଦ କନକ୍ଲୁଜନ ପରେ ବଡ ପରଦାକୁ ଫେରୁଛନ୍ତି । ଏହାକୁ ନେଇ ଦୁହିଁଙ୍କ ଫ୍ୟାନ୍ସ ଖୁବ ଉତ୍ସାହିତ ଥିବା ବେଳେ ଏବେ ଫିଲ୍ମର ଟ୍ରେଲର ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇଦେଇଛି ।
ପୂର୍ବରୁ ଫିଲ୍ମର ଅନେକ ଗୁଡିଏ ପୋଷ୍ଟର ରିଲିଜ ହୋଇଛି ତା ସହିତ ଦୁଇଟି ଗୀତ ଏବଂ ଟିଜର । ଏହାକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଛି । ଫିଲ୍ମରେ ପ୍ରଭାସ ଏବଂ ଶ୍ରଦ୍ଦା କପୁରଙ୍କ ବ୍ୟତିତ ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେ, ନୀଲ ନିତିନ ମୁକେଶ ଏବଂ ମନ୍ଦିରା ବେଦୀଙ୍କ ଭଳି କଳାକାର ନଜର ଆସିବେ । ଫିଲ୍ମ ୩୦ ଅଗଷ୍ଟରେ ରିଲିଜ ହେବ ।