Only for Entertainment

ସୋନାଙ୍କୁ କ୍ଷମା ମାଗିଲେ ସଲମାନଙ୍କ ଫ୍ୟାନ ।

30

ସଲମାନଙ୍କୁ ନେଇ ବିବାଦୀୟ ବୟାନ ଦେବାରୁ ସଲମାନଙ୍କ ଜଣେ ପ୍ରଶଂସକ ସୋନାଙ୍କୁ ହତ୍ୟା ଧମକ ଦେଇଥିବା ଗତକାଲି ସାମ୍ନାକୁ ଆସିଥିଲା । ଧମକ ଦେଇଥିବା ବ୍ୟବହାକାରୀଙ୍କ ସ୍କ୍ରିନ୍‌ସଟ୍‌ ନେଇ ସୋନା ମହାପାତ୍ର ଟୁଇଟର ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

ତେବେ ଖବର ପ୍ରସାର ହେବାର ଗୋଟେ ଦିନ ପରେ ଧମକ ଦେଇଥିବା ଯୁବକଜଣଙ୍କ ସୋନାଙ୍କୁ କ୍ଷମା ମାଗି ନେଇଥିବା ଜଣା ପଡ଼ିଛି । ଯାହାର ସୂଚନା ନିଜେ ସୋନା ଟୁଇଟର ଜରିଆରେ ଦେଇଛନ୍ତି । ଯୁବକଙ୍କ ଟୁଇଟ୍‌ ସେୟାର କରି, ଜୀବନରୁ ମାରିଦେବାର ଧମକ ପରେ ହଠାତ୍‌ ସୋନା ମ୍ୟାମ୍‌ । ଡ଼ରାଇବା ଏବଂ ଧମକାଇବାର ୨୪ଘଣ୍ଟା ପରେ ହଠାତ୍‌ ଏଭଳି ପରିବର୍ତ୍ତନ । ଲାଗୁଛି କି, ଧମକ ଦେଇଥିବା ଯୁବକକୁ ଭାରତର ଲୋକମାନେ ଭାରତରୁ ବାହାର କରିଦେବେ ବୋଲି ଭାବି ସେ ଏଭଳି କରିଛନ୍ତି । ପ୍ରିୟ ଭାଇମାନଙ୍କର ଧମକାଉଥିବା ଭାଇ, ଲେଖା ଯାଇଥିବା ଲେଖାକୁ ପଢ଼ନ୍ତୁ । ସମୟ ଶେଷ ହୋଇ ଯାଇଛି ବୋଲି ଲେଖିଥିଲେ ସୋନା ।ସୂଚନା ମୁତାବକ କିଛି ଦିନ ତଳେ ସଲମାନ, “ଭାରତକୁ ଛାଡ଼ି ସେ ଆମେରିକାର ନିକ୍‌ଙ୍କୁ ବାଛିଲେ । ସେ ସାରା ଜୀବନ ଏଠାରେ ପରିଶ୍ରମ କଲେ । କିନ୍ତୁ ବଡ଼ ବଜେଟ ଫିଲ୍ମ ମିଳିବା ବେଳକୁ ସେ ଏହାକୁ ଛାଡ଼ି ବିବାହ କରିନେଲେ । କିଛି ଲୋକ ଫିଲ୍ମ ପାଇଁ ନିଜ ସ୍ୱାମୀଙ୍କୁ ଛାଡ଼ି ଦିଅନ୍ତି” ବୋଲି କହିଥିଲେ । ଯାହା ପରେ ସୋନା ମହାପାତ୍ର ସଲମାନଙ୍କୁ ନେଇ ବିବାଦୀୟ ଟୁଇଟ୍‌ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More