ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ ୩’କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନାଙ୍କ ବ୍ୟତିତ ଆଉ ଏକ ଅଭିନେତ୍ରୀ ସଇ ମାଞ୍ଜରେକର ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୂଦେବା । ସଲମାନ ଖାନ ଏବଂ ତାଙ୍କ ଭାଇ ଅରବାଜ ଖାନ ଏହାକୁ ମିଳିତ ଭାବେ ନିର୍ମାଣ କରୁଛନ୍ତି ।
ସଲମାନ ଖାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଥ୍ରୋ ବ୍ୟାକ ଭିଡିଓ ସେୟାର କରିଛନ୍ତି । ଏବି ଭିଡିଓରେ ସଲମାନ ଖାନ ଏବଂ ସୋନାକ୍ଷୀ ସିହ୍ନା ଅସମାନ୍ୟ ଛୁଆଙ୍କ ସହିତ ‘ୟୁ କରକେ’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ସଲମାନ ଭିଡିଓ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ଜୟପୁରରେ ଉମଙ୍ଗର ଖାସ ଛୁଆଙ୍କ ସହିତ ଡ୍ୟାନ୍ସ’ ।
ସଲମାନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଲୋକେ କମେଣ୍ଟ କରି କହୁଛନ୍ତି ‘ଲଭ ୟୁ ଭାଅଜାନ’ । ଲୋକେ ସଲମାନଙ୍କ ଏହି ଭିଡିଓକୁ ଖୁବ ପସନ୍ଦ କରିବାରେ ଲାଗିଛନ୍ତି ।