Only for Entertainment

ଇଚ୍ଛା ଜତାଇଲେ ଭାଇଜାନ, ‘ଭାରତ’ ପ୍ରମୋଶନ କରନ୍ତୁ ଦେଶୀଗର୍ଲ ।

bollywood tadka
28

ବଲିଉଡ ଆକ୍ଟର ସଲମାନ ଖାନ ଏବେ ଖୁବ ଚର୍ଚ୍ଚାରେ । ଏହା ସମସ୍ତେ ଜାଣନ୍ତିଯେ ସଲମାନଙ୍କ ଫିଲ୍ମ ଭାରତ ଖୁବଶୀଘ୍ର ସିନେମା ଘରେ ରିଲିଜ ହେବାକୁ ଯାଉଛି । ତେଣୁ ଖୁବ ଜୋରଦାର ଫିଲ୍ମର ପ୍ରମୋଶନ କରିବାକୁ ଚାହୁଁଛନ୍ତି ସଲମାନ । ଏହି ଫିଲ୍ମ ଇଦ ଉପଲକ୍ଷେ ୫ ଜୁନକୁ ରିଲିଜ ହେବ । ସଲମାନ ଏବେ ଏହାର ପ୍ରମୋଶନ ମଧ୍ୟ ଆରମ୍ଭ କରି ସାରିଲେଣି । ଫିଲ୍ମର ଟ୍ରେଲର ଏବଂ ଗୀତକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଫିଲ୍ମରେ ସଲମାନ ଖାନଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫ ନଜର ଆସିବେ ।

ପ୍ରଥମେ ଲିଡ ରୋଲ ପାଇଁ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ସାଇନ କରାଯାଇଥିଲା । କିନ୍ତୁ ନିଜର ବ୍ୟକ୍ତିଗତ କାରଣ ପାଇଁ ପ୍ରିୟଙ୍କା ଫିଲ୍ମ ଛାଡ଼ି ଦେଇଥିଲେ । ଏହାକୁ ନେଇ ସଲମାନଙ୍କ ସହିତ ଅଧିକାଂଶ ଥର ଚର୍ଚ୍ଚା ମଧ୍ୟ ହୋଇଛି ଏବଂ ଏହାକୁ ନେଇ ଶୁଣିବାକୁ ମିଳିଛିଯେ ଭାଇଜାନ ପ୍ରିୟଙ୍କାଙ୍କ ଉପରେ ରାଗିଛନ୍ତି । କିନ୍ତୁ ନିକଟରେ ଏକ ଇଂଟରଭ୍ୟୁରେ ଏହାକୁ ଖଣ୍ଡନ କରିଛନ୍ତି ସଲମାନ । ଅବଶ୍ୟ ଅଭିମାନ କରିଥିବା ତାଙ୍କ କଥାରୁ ଜଣାପଡ଼ିଛି । ସେ ଯାହା ହେଉ । ଫିଲ୍ମର ସୁଟିଂ ଶେଷ ହୋଇସାରିଛି । ଏବଂ ପ୍ରାମୋଶନ ଆରମ୍ଭ ହୋଇଗଲାଣି । ନିକଟରେ ସଲମାନ କହିଛନ୍ତିଯେ ଅତି କମରେ ପ୍ରିୟଙ୍କା ଏବେ ଫିଲ୍ମର ପ୍ରମୋଶନ ତ ପରିପାରିବେ ।

ଫିଲ୍ମରେ ସଲମାନ ଏବଂ କ୍ୟାଟଙ୍କ ବ୍ୟତୀତ ଦିଶା ପାଟନୀ, ଜ୍ୟାକି ସ୍ରଫ ଏବଂ ତବୁ ଆଦି ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More