Only for Entertainment

କେନ୍ଦ୍ର ସରକାରଙ୍କ ଏହି ଖାସ ଅଭିଯାନର ବ୍ରାଣ୍ଡ ଆମ୍ବାସେଡର ହେବେ ବଲିଉଡର ମୁନ୍ନାଭାଇ ।

35

ବଲିଉଡ ଆକ୍ଟର ସଂଜୟ ଦତ୍ତଙ୍କ ଜୀବନ ନିଶା ମଧ୍ୟରେ ବୁଡ଼ି ରହିଛି କିଭଳି ବିତିଛି ତାହା କାହାକୁ ଅଛପା ନାହିଁ । ଯେଉଁଥିପାଇଁ ତାଙ୍କ ଜୀବନ ତଳିତଳାନ୍ତ ହୋଇ ଯାଇଥିଲା ଏବଂ ତାଙ୍କର ଏକମାତ୍ର ଆଶା ଭରଷା ଥିଲେ ତାଙ୍କ ବାପା ସୁନିଲ ଦତ୍ତ । ବାରମ୍ବାର ତାଙ୍କୁ ପ୍ରତ୍ୟେକଟି ସମସ୍ୟାରୁ ସେ ବାହାର କରିଛନ୍ତି । ତେବେ ନିଶା ସଂଜୟଙ୍କ ଜୀବନରୁ ସବୁ ଖୁସି ନେଇ ଯାଇଥିଲା । ତେଣୁ ନିଶା ଶରୀର ପାଇଁ କେତେ କ୍ଷତିକାରକ ଏହା ତାଙ୍କ ଠାରୁ ଅଧିକ କିଏ ବା ବୁଝିପାରିବ । ତେଣୁ ସଂଜୟଙ୍କୁ ନେଇ କେନ୍ଦ୍ର ସରକାରଙ୍କର ଏକ ନୂଆ ପ୍ରୟାସ ।

 

କେନ୍ଦ୍ର ସରକାରଙ୍କ ନିଶା ନିବାରଣ ଅଭିଯାନର ବ୍ରାଣ୍ଡ୍‌ ଆମ୍ବାସଡର ହେବେ ସଞ୍ଜୟ ଦତ୍ତ।ନିଶା କେତେ ସଂଘାତିକ ତାହାର ପୂରା ଅନୁଭୂତି ଦତ୍ତଙ୍କ ନିକଟରେ ଥିବା ହେତୁ ଏହି ଅଭିଯାନକୁ ସେ ଭଲ କରି ଲୋକଙ୍କ ନିକଟରେ ପହଞ୍ଚାଇ ପାରିବେ ବୋଲି ଆଶା କରାଯାଉଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ଦତ୍ତଙ୍କ ସଂପର୍କରେ ଏପରି କୁହାଯାଇଛି।

 

୨୦୧୮-୨୫ ମଧ୍ୟରେ କେନ୍ଦ୍ର ସରକାର ନିଶା ବ୍ୟବହାରରେ ହ୍ରାସ ଘଟାଇବା ସକାଶେ କେନ୍ଦ୍ର ସରକର ରାଷ୍ଟ୍ରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ମୁତାବକ ନିଶା ମୁକ୍ତ ଶିକ୍ଷା, ସଚେତନତା, ପରାମର୍ଶ ଓ ଉପଚାର ଆଦିକୁ ଧ୍ୟାନ ଦିଆଯିବ।

 

ବର୍ଷକ ମଧ୍ୟରେ ୧୨୭ଟି ବିଶେଷ ଭାବେ ନିଶା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ମନ୍ତ୍ରାଳୟ ପକ୍ଷରୁ ଚିହ୍ନଟ କରାଯାଇଛି। ତେବେ, କେନ୍ଦ୍ର ସରକାରଙ୍କ ନିଶା ନିରୋଧି ଅଭିଯାନରେ ଦତ୍ତଙ୍କ ଭୂମିକା ସଂପର୍କରେ ଜୁନ୍‌ ୨୬ରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଜୁନ୍‌ ୨୬ ହେଉଛି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More