Only for Entertainment

ଭଂସାଲୀଙ୍କ ଫିଲ୍ମ ‘ବୈଜୁ ବାବରା’ ଦୀପିକାଙ୍କ ଏହି ଫିଲ୍ମକୁ ଦେଇ ପାରେ କଡା ଟକ୍କର, ଗୋଟିଏ ଦିନରେ ହେବ ରିଲିଜ !

34

ଫିଲ୍ମ ନିର୍ମାତା ସଂଜୟ ଲୀଲା ଭଂସାଲୀ ନିଜ ଅପକମିଂ ପ୍ରୋଜେକ୍ଟର ଘୋଷଣା କରିଛନ୍ତି । ଦୀପାବଳି ୨୦୨୧’ର ପ୍ରସ୍ତୁତିରେ ସଂଜୟ ଲୀଲା ଭଂସାଲୀ ‘ବୈଜୁ ବାବରା’ବନାଇବାକୁ ଯାଉଛନ୍ତି । କିନ୍ତୁ ଏହି ଫିଲ୍ମ ଦୀପିକାଙ୍କ ପାଇଁ ବାଧା ସୃଷ୍ଟି କରି ପାରେ । ଯେଉଁଠି ସଂଜୟ ଅଜୟ ଦେବଗନ ଷ୍ଟାରର ‘ବୈଜୁ ବାବରା’ ଫିଲ୍ମ ଦୁଇ ବର୍ଷ ପରେ ୨୦୨୧ରେ ରିଲିଜ କରିବୋ ସେହିଦିନରେ ଦୀପିକାଙ୍କ ନିଜ ପ୍ରଥମ ମାଇଥୋଲଜିକାଲ ଫିଲ୍ମ ମହାଭାରତ’ର ପ୍ରଥମ ଭାଗ ରିଲିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି ।

ଅସଲରେ ଦୀପିକା ପାଦୁକୋଣଙ୍କ ଫିଲ୍ମ ‘ମହାଭାରତ’ ମଧ୍ୟ ଦୀପାବଳିରେ ରିଲିଜ ହେବ । ଏହିକାରଣରୁ ଦୁଇ ଫିଲ୍ମ ମଧ୍ୟରେ ବରାବର ଟକ୍କର ସ୍ୱାଭାବିକ ଅଟେ । ଭଂସାଲୀଙ୍କ ବୈଜୁ ବାବରାର ଘୋଶଣା ପରେ ଏହା ଜଣା ପଡିଛି ।

ଏଠାରେ କହି ରଖୁଛୁ ଯେ, ଦୀପିକା ଫିଲ୍ମ ମହାଭାରତରେ ଦ୍ରୌପଦୀ ଚରିତ୍ରରେ ନଜର ଆସିବେ । ଫିଲ୍ମ ମହାଭାରତ ମଲ୍ଟିଷ୍ଟାରର ଫିଲ୍ମ ହେବ ଯେଉଁଥିରେ ବଲିଉଡର ଅନେକ ପ୍ରସିଦ୍ଧ ଅଭିନେତା ନଜର ଆସିବେ । ଅଭିନୟ ସହ ଦୀପିକା ଏହି ମହାଭାରତ ଫିଲ୍ମର କୋ-ପ୍ରଡ୍ୟୁସର ମଧ୍ୟ ଅଟନ୍ତି ।

ରାମଲୀଲା, ବାଜିରାଓ ମସ୍ତାନୀ ଏବଂ ପଦ୍ମାବତ ଭଳି ହିଟ ଫିଲ୍ମ ଦେଇଥିବା ଭଂସାଲୀ ଫିଲ୍ମ ମହାଭାରତ ପାଇଁ ବଡ ଟକ୍କର ହୋଇପାରେ । ଏବେ ଭଂସାଲୀ ‘ଗଙ୍ଗୁବାଇ କାଠିଆବାଡି’ଉପରେ କାମ କରୁଛନ୍ତି । ଏହି ଫିଲ୍ମରେ ଆଲିୟା ଭଟ୍ଟ ମୁଖ୍ୟ ଭୂମିକା ତୁଲାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More