Only for Entertainment

ନିଜ କ୍ରଶ ସହ ଖୁସି ମିଜାଜରେ ସ୍ପଟ ହେଲେ ସାରା, ମିଡିଆକୁ ଦେଖି କାର୍ତ୍ତିକ ଲୁଚାଇଲେ ମୁହଁ !

30

ବଲିଉଡ ଅଭିନେତ୍ରୀ ସାରୀ ଅଲୀ ଖାନ ଏବଂ କାର୍ତ୍ତିକ ଆର‌୍ୟନଙ୍କ ଅପକମିଂ ଫିଲ୍ମ ‘ଲଭ ଆଜକଲ୨’ର ସୁଟିଂ ମୁମ୍ବାଇରେ ଚାଲିଛି । ଏହିମଧ୍ୟରେ ସାରା ଏବଂ କାର୍ତ୍ତିକଙ୍କୁ ନିର୍ଦ୍ଦେଶକ ଇମତିଆଜ ଅଲୀଙ୍କ ସହ ସ୍ପଟ କରାଯାଇଛି ।

ସାରା ବ୍ରାଉନ କଲର ଡ୍ରେସରେ ଖୁବ ଗ୍ଲାମରସ ନଜର ଆସୁଥିବା ବେଳେ , କାର୍ତ୍ତିକ ଧଳା ଟିସାର୍ଟ ସହ ଚେକ ସାର୍ଟରେ ନଜର ଆସିଥିଲେ । ଇମତିଆଜ ଧଳା ସାର୍ଟ ଏବଂ ବ୍ଲୁ ଜିନ୍ସରେ ନଜର ଆସିଥିଲେ ।

ଅସଲରେ ଏହି ତିନି ଜଣ ଫିଲ୍ମ ଲଭ ଆଜ କଲ୨ ସୁଟିଂ ପରେ ନଜର ଆସିଥିଲେ । ଯେତେବେଳେ ତିନି ଜଣ ବାହାରକୁ ଆସିଥିଲେ ସାରା ଏବଂ ଇମତିଆଜ କ୍ୟାମେରାକୁ ଦେଖି ହସି ପୋଜ ପୋଜ ଦେଇଥିଲେ ।

କିନ୍ତୁ କାର୍ତ୍ତିିକ କ୍ୟାମେରାକୁ ଦେଖି ମୁହଁ ଲୁଚାଉଥିବାର ନଜର ଆସିଥିଲେ । ଏବେ ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ପରେ ସାରା ଗୋବିନ୍ଦା ଏବଂ କରୀଶ୍ମାଙ୍କ ଫିଲ୍ମ ‘କୁଲି ନଂ୧’ର ରିମେକରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ବରୁଣ ଧୱନ ନଜର ଆସିବେ , ଯାହାକୁ ଡେବିଡ ଧୱନ ନିର୍ଦ୍ଦେଶନା ଦେଉଛନ୍ତି । ସେହିଭଳି କାର୍ତ୍ତିକ ‘ପତି ପତ୍ନୀ ଔର ୱୋ’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ଅନନ୍ୟା ପାଣ୍ଡେ ଏବଂ ଭୁମି ପେଡନେକର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More