Only for Entertainment

ଜୁନ ୧୩ରେ ରିଲିଜ ହେବ ବସନ୍ତ ସାହୁଙ୍କ ଫିଲ୍ମ ‘ସେଲଫିସ୍ ଦିଲ’, ଦେଖିବାକୁ ମିଳିବ ନବାଗତ ନାୟକଙ୍କ କମାଲ

google
26

ଆଗାମୀ ରଜରେ ଓଲିଉଡ୍‍ର ଜଣାଶୁଣା ନିର୍ଦ୍ଦେଶକ ବସନ୍ତ ସାହୁଙ୍କ ‘ସେଲଫିସ ଦିଲ’ ରିଲିଜ ହେବ ବୋଲି ଶୁଣିବାକୁ ମିଳିଛି । ଏହା ଜୁନ ୧୩ରେ ପରଦାକୁ ଆସିବ । ଏଥିରେ ପ୍ରଥମଥର ପାଇଁ ଜଣେ ନବାଗତା ନାୟକଙ୍କୁ ଲଞ୍ଚ କରିଛନ୍ତି । ସେ ଆଗରୁ ଉତ୍ତମ ମହାନ୍ତି, ସିଦ୍ଧାନ୍ତ, ଅନୁଭବ, ସବ୍ୟସାଚୀ ଓ ଆକାଶଙ୍କ ଭଳି ନାୟକଙ୍କୁ ନେଇ ଅଧିକାଂଶ ଫିଲ୍ମ ତିଆରି କରିଛନ୍ତି । ହେଲେ ଏଥର ସେ ଯେଉଁ ନୂଆ ନାୟକଙ୍କୁ ଲଞ୍ଚ କରୁଛନ୍ତି ତାଙ୍କ ନାଁ ହେଲା ଶ୍ରେୟାନ ଓ ଫିଲ୍ମିଟିର ନାଁ ହେଲା ‘ସେଲଫିସ୍ ଦିଲ’ ଏହି ଫିଲ୍ମରେ ଶ୍ରେୟାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ସୂରମୟୀ ।

ସୂରମୟୀଙ୍କୁ ଏହା ପୂର୍ବରୁ ଦର୍ଶକ ‘ଭଲ ପାଏ ତୋତେ ୧୦୦ ରୁ ୧୦୦’ ଆଖି ଖୋଲିଲେ ତୁ ହି ତୁ’ ଓ ଶକ୍ତି ଆଦି ସିନେମାରେ ଦେଖିବାକୁ ପାଇଛନ୍ତି । ଏମାନଙ୍କ ବ୍ୟତିତ ଏଥିରେ ବିଜୟ ମହାନ୍ତି, କେ କେ, ସ୍ୱଗତଃ ସଲିଲ ମିତ୍ର ଓ ଗୁଡ୍ଡୁଙ୍କୁ ଗୁରତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାରେ ମିଳିବ । ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୌମିତ୍ରୀ ପଲାଇ । ସୌମିତ୍ରୀ ଆଗରୁ ‘ପ୍ରେମର ନିଶା ନିଆରା ନିଆରା’ ଟାଇଟଲରେ ନିର୍ମିତ ଏକ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ‘ସେଲଫିସ ଦିଲ’  ଏକ ରୋମାଣ୍ଟିକ୍ ସିନେମା । ଏହାର ଗୀତିକାର ହେଲେ ଡ. ନିର୍ମଳ ନାୟକ ।  ‘ସେଲଫିସ ଦିଲ’ ଦର୍ଶକଙ୍କୁ ଆକୃଷ୍ଟ କରୁଛି କି ନାଁ ତାହେ ଦେଖିବାକୁ ବାକି ରହିଲା

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More