‘ଲଭ ଆଜକଲ ୨’ର ସେଟରୁ ଲିକ ହେଲା କାର୍ତ୍ତିକଙ୍କ ନୂଆ ଲୁକ, ଦେଖିଲେ ଚିହ୍ନିବା ମୁସକିଲ
ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଆଗାମୀ ଫିଲ୍ମ ‘ଲଭ ଆଜ କଲ ୨’ ଏବେ ଖୁବ ଚର୍ଚ୍ଚାରେ । ଫିଲ୍ମର ସୁଟିଂ ଆରମ୍ଭ ହେବା ସମୟରୁ ସୁଟିଂ ସେଟରୁ କିଛି ନା କିଛି ଫଟୋ ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ସୁଟିଂ ସେଟରୁ କାର୍ତ୍ତିକ ଆର୍ୟନଙ୍କ ଏକ ନୂଆ ଫଟୋ ସାମ୍ନାକୁ ଆସିଛି ।
ଏହି ଫଟୋରେ କାର୍ତ୍ତିକଙ୍କ ଲୁକ ଦେଖିଲେ ଆପଣ ତାଙ୍କୁ ଚିହ୍ନି ପାରିବେ ନାହିଁ । ଫଟୋରେ ତାଙ୍କ ଚେହେରା ଖୁବ ବଦଳିଲା ପରି ନଜର ଆସୁଛି । ଲମ୍ବା ନିଶ ସହିତ ମିଡିୟମ ଦାଢିରେ କାର୍ତ୍ତିକ ନଜର ଆସିଛନ୍ତି । ଏହି ଫଟୋକୁ ଦେଖିଲେ ଲାଗୁଛି କାର୍ତ୍ତିକଙ୍କ ଏହି ଲୁକ ପାଇଁ ପ୍ରୋସ୍ଥେଟିକ ମେକଅପର ସାହାରା ନିଆଯାଇଛି ।
ଫିଲ୍ମ ବିଷୟରେ କହିବାକୁ ଗଲେ କାର୍ତ୍ତିକ ଏବଂ ସାରାଙ୍କ ଫିଲ୍ମ ‘ଲଭ ଆଜ କଲ ୨’ ଆଗାମୀ ବର୍ଷ ୧୪ ଫେବୃଆରୀରେ ରିଲିଜ ହେବ ।