Only for Entertainment

ଅଭିଯୋଗ ଆସିବା ପରେ ଗଣେଶ ଆଚାର୍ଯ୍ୟଙ୍କୁ ବଲିଉଡରୁ ବହିଷ୍କାର କରିବା ପାଇଁ ଦାବି କଲେ ତନୁଶ୍ରୀ

59

ଣେ ୩୩ବର୍ଷୀୟା ମହିଳା କୋରିଓଗ୍ରାଫର ଲୋକପ୍ରିୟ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ଉପରେ ଅସଦାଚରଣର ଅଭିଯୋଗ ଆଣିଥିଲେ। କାମ କରିବାରୁ ରୋକିବା ଓ ତାଙ୍କ ଆୟରୁ ଭାଗ ନେବାକୁ ଚାହୁଥିବା, ପର୍ଣ୍ଣ ଭିଡିଓ ଦେଖିବାକୁ ବାଧ୍ୟ କରୁଥିବା ଆଦି ଅଭିଯୋଗ ଆଣିଥିଲେ ମହିଳା। ଏବେ ମହିଳାଙ୍କ ଅଭିଯୋଗ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ନିଜର #ମିଠୁ କାହାଣୀକୁ ନେଇ ଚର୍ଚ୍ଚାରେ ରହିସାରିଥିବା ତନୁଶ୍ରୀ ଏବେ ଗଣେଶ ଆଚାର୍ଯ୍ୟଙ୍କୁ ବଲିଉଡରୁ ବହିଷ୍କାର କରିବାକୁ ଦାବି କରିଛନ୍ତି।

ସେ କହିଛନ୍ତି, ଗଣେଶ ଆଚାର୍ଯ୍ୟ ଏବେ ନୁହେଁ, ଦୀର୍ଘ ବର୍ଷ ହେଲାଣି ଇଣ୍ଡଷ୍ଟ୍ରିରେ ସଂଘର୍ଷ କରୁଥିବା କଳାକାରଙ୍କୁ ଶୋଷଣ କରି ଆସୁଛନ୍ତି। ତାଙ୍କ ପାପର କଳସ ଭରି ସାରିଛି। ଏବେ ସମୟ ଆସିଛି କି, ବଲିଉଡ୍ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ଇଣ୍ଡଷ୍ଟ୍ରି ବହିଷ୍କାର କରୁ। ସେ ଅନେକଙ୍କୁ ଶାରୀରିକ ଓ ମାନସିକ ସ୍ତର‌ରେ ଶୋଷଣ କରୁଥିବା ଜାଣି ମଧ୍ୟ କିଛି ଲୋକ ତାଙ୍କ ସହ କାମ କରୁଛନ୍ତି। ଏଭଳି କରି ସେମାନେ ଗଣେଶଙ୍କ ପାପର ଭାଗିଦାର ହେଉଛନ୍ତି। ଜଣେ ପାପୀକୁ ସମର୍ଥନ କରି ସେମାନେ ପାପୀ ହେଉଛନ୍ତି।

ତେବେ ୨୦୧୮ରେ #ମିଠୁ ଅଭିଯାନରେ ସାମିଲ ହେବା ସହ ତନୁଶ୍ରୀ ଅଭିନେତା ନାନା ପାଟେକର ଓ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ। ଏବେ ଅନ୍ୟ ଜଣେ ମହିଳା ସମାନ ଅଭିଯୋଗ ଆଣିବା ପରେ ତନୁଶ୍ରୀ ପୁଣି ମୁହଁ ଖୋଲିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More