ପ୍ରଥମ ଥର ମି ଠୁ କ୍ୟାମ୍ପେନରେ ଆସିଲା ନାରୀଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ।
ବଲିଉଡରେ ଏବେ ମି ଠୁ ହଟ ଟପିକ ଭାବରେ ଆଲୋଚନାରେ ଅଛି ।ଏବେ ସମସ୍ତେ ଏହି ଟପିକ ଉପରେ ଆଲୋଚନା କରୁଛନ୍ତି । ଯେଉଁମାନେ ଦର୍ଶକଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ତିଆରି କରି ପାରିଥିଲେ ସେମାନଙ୍କ ସମ୍ମାନ ଆଜି ବଜାରରେ ବିକ୍ରି ହେବାଭଳି ମନେ ହେଉଛି । କାରଣ ସେମାନଙ୍କ କଳା କାରନାମାର କାହାଣୀ ଶୁଣିବାକୁ ମିଳୁଛି ସୋସିଆଲ ମିଡିଆରେ । ତେବେ ଏହା କେତେଦୂର ସତ୍ୟ ତାହା ଯାଂଚ ପରେ ଜଣାପଡ଼ିବ ।
A lot of people asking me to share my #metoo story..iam sorry but when I did that 2 years ago I was shamed and humiliated…my parents whom I love the most had to listen to some obscene things on National tv ..I was clearly told that a guy with a failed career doesn’t
— adhyayen suman (@AdhyayanSsuman) October 12, 2018
Have the right to share his pain full and dark experience.The handful of people who supported me I thank you all from the bottom of my heart. And I am happy that at lest this moment is giving a chance to all the people who have had to #MeToo
— adhyayen suman (@AdhyayanSsuman) October 12, 2018
ନିକଟରେ ଆକ୍ଟର ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନ ଟ୍ୱିଟରରେ ଏକ ପୋଷ୍ଟ ଜାରି କରିଛନ୍ତି ଏବଂ ନିଜର ଦୁଃଖ ବ୍ୟକ୍ତ କରିଛନ୍ତି ।ସେ କଙ୍ଗନାଙ୍କୁ ନେଇ ଗୋଟିଏ ଗୋଟିଏ କରି ସମସ୍ତ କଥା ଶୁଣାଇଛନ୍ତି ।ତାଙ୍କର ଈଶାରା ରହିଛି କଙ୍ଗନାଙ୍କ । କଙ୍ଗନା ମି ଠୁକୁ ସପୋର୍ଟ କରି ବିକାଶ ବହଲଙ୍କ ଉପରେ ଆରୋପ ଲଗାଇଥିଲେ, କିନ୍ତୁ ଏବେ ତାଙ୍କ ଉପରେ ଆରୋପ ଲାଗିଥିବା ଦେଖିବାକୁ ମିଳିଛି ।