Only for Entertainment

କରଣ ଜୋହର-ଆଦିତ୍ୟ ଚୋପ୍ରାଙ୍କୁ ରାତି ଅଧରେ ମନେ ପକାଇ ଭାବୁକ ହେଲେ ଶାହରୁଖ ଖାନ, ଟ୍ୱିଟ କରି କହିଲେ…

Hindi Rush
25

ରବିବାର ରାତିରେ ଶାହରୁଖ ବାବା ସିଦ୍ଦିକିଙ୍କ ଇଫତାର ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରୁ ଫେରିବା ପରେ ଶାହରୁଖ ଖୁବ ଭାବୁକ ହୋଇଯାଇଥିଲେ । ଶାହରୁଖ ଏତେ ଭାବୁକ ହୋଇଯାଇଥିଲେ ଯେ ରାତି ଅଧରେ ଏକ ଇମୋଶନାଲ ପୋଷ୍ଟ ଫ୍ୟାନ୍ସଙ୍କ ସହିତ ସେୟାର କରିଥିଲେ ।

ରାତି ୩.୪୦ରେ ଶାହରୁଖ ଏକ ଟ୍ୱିଟ କରିଥିଲେ । କିଙ୍ଗ ଖାନ ଏହି ଟ୍ୱିଟ କରି ଲେଖିଥିଲେ, ‘ସ୍ୱପ୍ନ ଦେଖୁଥିବା ଲୋକେ ଖୁବ ଭଲ ହୋଇଥାନ୍ତି । କିନ୍ତୁ ତାଙ୍କ ସ୍ୱପ୍ନକୁ ଯଦି ସଠିକ ଦିଗ ନମିଳେ ତେବେ କିଛି ହୁଏ ନାହିଁ । ଏହି ଦୁଇ ଜଣ ମୋ ସ୍ୱପ୍ନକୁ ଆକାର ଦେଇଛନ୍ତି । ଏବଂ ସେମାନଙ୍କ ସ୍ୱପ୍ନ ଠାରୁ ମୋ ସ୍ୱପ୍ନକୁ ଉପରେ ରଖିଛନ୍ତି । ଆଦି-କରଣ । ଏହା ମୁଁ ଆପମଙ୍କ ସହିକ କହିଁକି ସେ ୟାର କରୁଛି ? କାରଣ ଆପଣ ଜାଣନ୍ତୂୁ ନିଜ ସ୍ୱପ୍ନ ଠାରୁ ଜରୁରୀ ସେହି ଲୋକ ହୋଇଥାନ୍ତି ଯେ ସେହି ସ୍ୱପ୍ନକୁ ପୂରା କରିବା ପାଇଁ ଚେଷ୍ଟା କରିଥାନ୍ତି ।’

ଶାହରୁଖଙ୍କ ଏହି ଟ୍ୱିଟ ତାଙ୍କ ଘନିଷ୍ଠ ବନ୍ଧୁ କରଣ ଜୋହର ଏବଂ ଆଦିତ୍ୟ ଚେପ୍ରାଙ୍କ ପାଇଁ ଥିଲା । ଆଦିତ୍ୟ ଚୋପ୍ରାଙ୍କ ବ୍ୟାନର ୟଶରାଜ ଫିଲ୍ମସ ଏବଂ କରଣ ଜୋହରଙ୍କ ବ୍ୟାନର ଧର୍ମା ପ୍ରଡକ୍ସନ ସହିତ ଶାହରୁଖ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More