Only for Entertainment

ବାଇକରେ କ୍ଲିନ ସେଭରେ ନଜର ଆସିଲେ ଶାହିଦ !

28

ତେଲୁଗୁ ହିଟ ଫିଲ୍ମ ‘ଅର୍ଜୁନ ରେଡ୍ଡି’ର ହିନ୍ଦୀ ରିମେକ ‘କବୀର ସିଂ’ ସୁଟିଂରେ ଶାହିଦ କପୂର କୋଲାବା ପାର୍କ ପାଖରେ ନଜର ଆସିଥିଲେ । ଫିଲ୍ମ ସୁଟିଂ ଅକ୍ଟୋବର ମଛିରେ ଆରମ୍ଭ ହୋଇଥିଲା ଏବଂ ଶାହିଦ ଏବେ ପର୍ଯ୍ୟନ୍ତ ଦାଢିରେ ନଜର ଆସିଥିଲେ, କିନ୍ତୁ ବିଗତ ଦିନରେ ସେ କ୍ଲିନ ସେଭରେ ନଜର ଆସିଥିଲେ ।

ବିଗତ ରବିବାର ଶାହିଦ ବାଇକରେ ଯାଉଥିବାର ନଜର ଆସିଥିଲେ । ନିକଟରେ ଫିଲ୍ମର ଦ୍ୱିତୀୟ ଭାଗ ସୁଟିଂ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ କଲେଜ ଷ୍ଟୁଡେଂଟ ଭୂମିକାରେ ନଜର ଆସିବେ ଶାହିଦ । ଏହିକାରଣରୁ କ୍ଲିନ ସେଭ କରିଛନ୍ତି ।
ସୂତ୍ର ମୂତାବକ ଜାନୁଆରୀରେ ସୁଟିଂ ପାଇଁ ଦିଲ୍ଲୀ ପହଂଚିବେ , ଯେଉଁଠି କୋ-ଷ୍ଟାର କିଆରା ଆଡଭାନୀଙ୍କ ସହ ତାଙ୍କର ବାକି ସୁଟ ଆରମ୍ଭ ହେବ । ଏହାପରେ ଟିମ ମସୁରୀକୁ ସୁଟିଂ ପାଇଁ ଯିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More