Only for Entertainment

ସାହିଦ କପୁରଙ୍କ ଖୁଲାସା, ଖାସ ଏଥିପାଇଁ ପ୍ରତ୍ୟେକ ଫିଲ୍ମରେ କରିଥାନ୍ତି ହେୟାର ଷ୍ଟାଇଲରେ ପରିବର୍ତ୍ତନ

gqindia
73

ବଲିଉଡ କଳାକାର ସାହିଦ କପୁର ଏବେ ନିଜର ଆଗାମୀ ଫିଲ୍ମ ‘କବିର ସିଂ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ସାହିଦ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହିତ ଫିଲ୍ମର ପ୍ରମୋଶନ ପାଇଁ ‘କପିଲ ଶର୍ମା ଶୋ’ରେ ପହଁଚିଥିଲେ । ଶୋ’ରେ କପିଲ, ସାହିଦଙ୍କୁ ପଚାରିଥିଲେ କି ଆପଣ ପ୍ରତ୍ୟେକ ଫିଲ୍ମରେ କ’ଣ ପାଇଁ ହେୟାର ଷ୍ଟାଇଲ ବଦଳାଇଥାନ୍ତି ।

ଏହାର ଉତ୍ତର ଦେଇ ସାହିଦ କହିଥିଲେ, ‘ମୋ ପିତା ମୋତେ ଥର ପରାମର୍ଶ ଦେଇଥିଲେ କି ପ୍ରତ୍ୟେକ ଫିଲ୍ମରେ ଲୁକ୍ସକୁ ନେଇ ଏକ୍ସପେରିମେଣ୍ଟ କରିବା ଦରକାର । ଏହା ସହିତ ମୋ ପିତା ମୋତେ ଆଗୁଆ କହିଦେଇଥିଲେ ଯେ, ଆନୁବଂଶୀକ କାରଣ ପାଇଁ ୪୦ ପରେ କେଶ ଝଡି ବି ପାରେ । ମୋ ପିତା ବହୁତ ଉତ୍ସାହିତ ଥିଲେ ଯେବେ ମୁଁ ଖୁବ କମ ବୟସରେ ହିରୋ ହୋଇଥିଲି । ଏବଂ ସେ ମୋତେ ସର୍ବଦା ଭଲ କରିବା ପାଇଁ ପ୍ରେରିତ କରିଥାନ୍ତି ।’

କପିଲଙ୍କ ଶୋ’ରେ ସାହିଦ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହିତ ପହଁଚିଥିଲେ । ଫିଲ୍ମ କବିର ସିଂରେ ପ୍ରଥମ ଥର ପାଇଁ ସାହିଦ–କିଆରା ବଡ ପରଦାରେ ନଜର ଆସିବେ । ଫିଲ୍ମ କବିର ସିଂ ସାଉଥ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ । ଫିଲ୍ମ ୨୧ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More