Only for Entertainment

ଘରେ ରାବଣ ପୋଡି ଉତ୍ସବ ପାଳନ କଲେ ଶିଳ୍ପା, ପତି ରାଜ କୁନ୍ଦ୍ରା ଏବଂ ପୁଅ ଭିଆନ କଲେ ରାବଣ ଦହନ

latestly
40

ମଙ୍ଗଳବାର ପୂରା ଦେଶରେ ଦଶହରା ଧୁମ ଧାମରେ ପାଳନ କରାଯାଇଛି । ବିଜୟା ଦଶମୀର ଏହି ପର୍ବକୁ ପ୍ରତ୍ୟେକ ଭାରତୀୟ ସେଲିବ୍ରେଟ କରୁଥିବାର ଦେଖିବାକୁ ମିଳିଛି । କେବଳ ସାଧାରଣ ଲୋକେ ନୁହଁନ୍ତି ବଲିଉଡ ସେଲିବ୍ରିଟି ମଧ୍ୟ ଧୁମଧାମରେ ଏହି ପର୍ବକୁ ସେଲିବ୍ରେଟ କରିଛନ୍ତି ।

ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ଦଶହରା ପର୍ବକୁ ଖାସ ଅନ୍ଦାଜରେ ସେଲିବ୍ରେଟ କରିଛନ୍ତି । ବିଜୟା ଦଶମୀରେ ରାବଣ ପୋଡି ଉତ୍ସବ ହୋଇଥାଏ । ଏହି ଅବସରରେ ଶିଳ୍ପା ନିଜ ଘରେ ରାବଣ ପୁତଳାକୁ ଦହନ କରିଛନ୍ତି । ଶିଳ୍ପା ନିଜ ଇଷ୍ଟାଗ୍ରାମରେ ଏହି ରାବଣ ପୋବବଡିର ଏକ ଭିଡିଓ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି ।

 

ଏହି ଭିଡିଓ ସେୟାର କରି ଶିଳ୍ପା ଲେଖିଥିଲେ, ଅନେକ ଚେଷ୍ଟା ପରେ ରାଜ କୁନ୍ଦ୍ରା ଶେଷରେ ରାବଣକୁ ହରାଇଛନ୍ତି । ସମସ୍ତଙ୍କୁ ଦଶହରାର ଶୁଭକାମନା । କହିରଖୁଛୁ ଯେ, ଶିଳ୍ପା ପ୍ରତ୍ୟେକ ପର୍ବକୁ ବଡ ଧୁମ ଧାମରେ ନିଜ ଘରେ ପାଳନ କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More