ସାଇନି ଆହୁଜାଙ୍କ ଉପରେ ନିର୍ମାଣ ହେବ ବାୟୋପିକ ଫିଲ୍ମ, ଦିନେ ଚାକରାଣୀ ସହିତ କରିଥିଲେ ଏଭଳି କାମ ।
ଗ୍ୟାଙ୍ଗଷ୍ଟର ଏବଂ ୱୋ ଲମହେ ଭଳି ଫିଲ୍ମରେ ନଜର ଆସିଥିବା ଆକ୍ଟର ସାଇନି ଆହୁଜା ଏବେ ବଡ଼ ପରଦା ଠାରୁ ଦୂରେଇ ଅଛନ୍ତି । କିନ୍ତୁ ସାଇନି ଫିଲ୍ମ ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି । ସାଇନ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କ ଉପରେ ଧର୍ଷଣ ଅଭିଯୋଗ ଲାଗିଥିଲା । ଏବେ ତାଙ୍କୁ ନେଇ ଆସୁଛି ବଡ଼ ଖବର । ଡେକାନ କ୍ରେନିକଲର ରିପୋର୍ଟ ଅନୁସାରେ କୁମାର ମଙ୍ଗତ ସାଇନଙ୍କ ବାୟୋପିକ ଫିଲ୍ମ ନିର୍ମାଣ ପାଇଁ ଚିନ୍ତା କରୁଛନ୍ତ । କିନ୍ତୁ ଯେତେବେଳେ ନିର୍ମାତାଙ୍କୁ ଏହି ବିଷୟରେ ପ୍ରଶ୍ନ କରାଗଲା ସେ କିଛି କହିବା ପାଇଁ ମନା କରିଦେଲେ ଏବଂ ସେ ଏଭଳି ଫିଲ୍ମ କରିବା ପାଇଁ କୌଣସି ପ୍ଲାନ କରିନଥିବା କଥା କହିଲେ । ଖବର ମୁତାବକ ସାଇନଙ୍କ ତରଫରୁ ନିର୍ମାତାଙ୍କୁ କୌଣସି ମତାମତ ମିଳିନାହିଁ । ସୂଚନା ମୁତାବକ ନିର୍ମାତା ପରଦାକୁ ଏଭଳି ସତ୍ୟତା ନେଇ ଆସିବାକୁ ଚାହୁଁଛନ୍ତି ଯାହା କେହି ମଧ୍ୟ ଜାଣି ନାହାଁନ୍ତି ।
୨୦୦୯ରେ ସାଇନ ଚାକରାଣୀ ସହିତ ଧର୍ଷଣ କରିଥିବା ନେଇ ଚର୍ଚ୍ଚାକୁ ଆସିଥିଲେ । ଏହାପରେ ତାଙ୍କୁ ବଲିଉଡରେ କାମ ମିଳିବା ବନ୍ଦ ହୋଇଗଲା । ଦୀର୍ଘ ସମୟ ପରେ ଫିଲ୍ମ ୱେଲକମରେ ସାଇନି ୨୦୧୫ରେ ନଜର ଆସିଥିଲେ । ଏହା ପରେ ସାଇନି କୌଣସି ବଲିଉଡ ଫିଲ୍ମରେ ନଜର ଆସି ନାହାଁନ୍ତି ।