Only for Entertainment

ଧମାଲ୍ କରୁଛି ରଣବୀର୍ ସିଂ ଓ ସାରା ଅଲ୍ଲି ଖାନଙ୍କ ସିମ୍ବା ।

34

ସିନେମାଟି ପ୍ରଥମ ତିନି ଦିନରେ ବକ୍ସ ଫିସରେ ୧୦୦ କୋଟି ରୋଜଗାର୍ କରିବାରେ ସଫଳ ହୋଇଛି । ଏହା ସହ ଫିଲ୍ମଟି ସୁପରହିଟ୍ ହୋଇ ପାରିଛି । ଫିଲ୍ମଟି ରଣବୀର୍ ସିଂଙ୍କ କ୍ୟାରିୟରର ହାଇଏଷ୍ଟ ଓପନିଂ ସିନେମା ହୋଇ ପାରିଛି । ଫିଲ୍ମଟି ପ୍ରଥମ ଦିନରେ ୨୦ କୋଟି ରୋଜଗାର କରିବାରେ ସଫଳ ହୋଇଛି । ଆଉ ତିନି ଦିନରେ ଶହେ କୋଟି ଟପିଛି ସିମ୍ବାର ରୋଜଗାର୍ । ଦର୍ଶକ ଫିଲ୍ମର ଯୋଡି ଅଭିନେତା ରଣବୀର୍ ସିଂ ଓ ଅଭିନେତ୍ରୀ ସାରା ଅଲ୍ଲି ଖାନଙ୍କୁ ଢେର୍ ପସନ୍ଦ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ, ସିମ୍ବା ସାରାଙ୍କ ଦ୍ୱିତୀୟ ଫିଲ୍ମ । ଏହା ପୂର୍ବରୁ ସେ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ଫିଲ୍ମ ‘କେଦାରନାଥ‘ରୁ ବଲିଉଡ ଡେବ୍ୟୁ କରିଥିଲେ । ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା । ସିମ୍ବା ବିଷୟରେ କହିବାକୁ ଗଲେ ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ଭଲ ରେସ୍ପନ୍ସ ମିଳିଛି । ସାରାଙ୍କ ପ୍ରଥମ ଫିଲ୍ମ ପରି ଏହା ମଧ୍ୟ ବକ୍ସ ଅଫିସରେ ଆହୁରି ଭଲ କଲେକ୍ସନ କରିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More