Only for Entertainment

ସଲମାନଙ୍କ ଟ୍ୱିଟ ଦେଖି ରାଗିଗଲେ ସୋନା ମହାପାତ୍ର, ତୁରନ୍ତ ଡିଲିଟ କରିବାକୁ କଲେ ଅପିଲ ।

bollywood tadka
46

ଗାୟିକା ସୋନା ମହାପାତ୍ର ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏହିଥର ସୋନା ମହାପାତ୍ରଙ୍କ ଟାର୍ଗେଟକୁ ଆସିଛନ୍ତି ସଲମାନ ଖାନ । ନିକଟରେ ସଲମାନ ତାଙ୍କ ଟ୍ୱିଟର ଆକାଉଂଟରେ କ୍ୟାଟ୍ରିନା କୈଫଙ୍କ ସହିତ ଏକ ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପ୍ସନରେ ଲେଖିଛନ୍ତି ଇଟସ ଏ ର‌୍ୟାପ ଫର ଭାରତ । ସଲମାନଙ୍କ ଏହି ଟ୍ୱିଟ ସୋନାଙ୍କ ଟାଇମଲାଇନରେ ଦେଖାଉଥିଲା ।

ବାସ୍ତବରେ ସୋନା ଟ୍ୱିଟରରେ ସଲମାନଙ୍କୁ ଫଲୋ କରୁନାହାଁନ୍ତି । କିନ୍ତୁ ବାରମ୍ବାର ତାଙ୍କର ଏହି ଫଟୋ ଦେଖାଇବାରୁ ସୋନା ରାଗିଗଲେ । ଏହାର ଅଭିଯୋଗ ସେ ଟ୍ୱିଟରକୁ କରି ଦେଇଛନ୍ତି । ସେ ତାହାର ଏକ ସ୍କ୍ରିନ ସଟ ନେଇ ତାଙ୍କ ଟାଇମଲାଇନରେ ବିଜ୍ଞାପନ ନ କରିବା ପାଇଁ ଟ୍ୱିଟରକୁ ଅପିଲ କରିଛନ୍ତି । ସେ ଯେଉଁ ସ୍କ୍ରିନ ଶଟ ଶେୟାର କରିଛନ୍ତି ସେଥିରେ ସଲମାନଙ୍କ ଟ୍ୱିଟର ହ୍ୟାଣ୍ଡେଲ ଦେଖିବାକୁ ମିଳିଛି ।
କହିରଖୁଛୁଯେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ସୋନା ସଲମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କଳାମୃଗ ଘଟଣା ସମୟରେ ମଧ୍ୟ ସେ ସଲମାନଙ୍କ ନାମ ନ ନେଇ ନିଜର କ୍ରୋଧ ପ୍ରକାଶ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More