Only for Entertainment

ସୋସିଆଲ ମିଡିଆରେ ସଲମାନଙ୍କୁ ଟାର୍ଗେଟ କଲେ ସୋନା ମହାପାତ୍ର, କହିଲେ ସେ ଜଣେ ‘ବିଷାକ୍ତ ପୁରୁଷ’

Filmydrama
31

ପୁଣି ଚର୍ଚ୍ଚାରେ ବଲିଉଡରେ ପ୍ରତିଷ୍ଠିତ ଓଡିଆ କଣ୍ଠଶିଳ୍ପ ସୋନା ମହାପାତ୍ର । ସଲମାନ ଖାନଙ୍କ ବିରୋଧରେ ବିବାଦୀୟ ଟ୍ୱିଟ୍ କରି ସୋନା ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ‘ଭାରତ’ ଛାଡିଦେବା ପରେ ସଲମାନ ଖାନ ଏନେଇ ପ୍ରତିକ୍ରିୟା ରଖିଥିଲେ । ସଲମାନ୍ କହିଥିଲେ ଭାରତ ଭଳି ସିନେମା କରିବା ପାଇଁ ସ୍ୱାମୀକୁ ବି ଛାଡି ଦେବା କଥା । ପ୍ରିୟଙ୍କା ଏହି ପ୍ରୋଜେକ୍ଟକୁ ଛାଡି ନିଜ କ୍ୟାରିୟର୍ର ସବୁଠାରୁ ବଡ ପ୍ରୋଜକ୍ଟକୁ ହାତଛଡା କରିଛନ୍ତି । ସଲମାନଙ୍କ ଏହି କମେଂଟକୁ ନେଇ ସୋନା ମହାପାତ୍ର ଟ୍ୱିଟ୍ କରି ସମାଲୋଚନା କରିଛନ୍ତି ।


ଟ୍ୱିଟରେ ସୋନା ଲେଖିଛନ୍ତି- ସଲମାନ ବିଷାକ୍ତ ପୌରୁଷତ୍ୱର ବିଜ୍ଞାପନଦାତା । ସୋନା ଟ୍ୱିଟ କରି କହିଛନ୍ତି, ଏଭଳି ମନ୍ତବ୍ୟ ଦ୍ୱାରା ସଲମାନ କେବଳ ପ୍ରିୟଙ୍କା ନୁହନ୍ତି, ବରଂ ତାଙ୍କ ଭଳି ଅନେକ ମହିଳାଙ୍କୁ ମଧ୍ୟ ଅପମାନିତ କରିଛନ୍ତି । ସଲମାନଙ୍କ ମନ୍ତବ୍ୟ ଅତି ନିଚ୍ଚ ମାନର ବୋଲି କହିଛନ୍ତି ସୋନା ମହାପାତ୍ର । ସଲମାନଙ୍କୁ ସୋନାଙ୍କ ସମାଲୋଚନା ଘଟଣା ଏହା ପ୍ରଥମ ନୁହେଁ । ଆଗରୁ ବି ସେ ସଲମାନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି ସୋନା ମାହପାତ୍ର । ସୋନାଙ୍କ ଏଭଳି କମେଣ୍ଟଙ୍କୁ ସଲମାନ କିଭଳି ନେଉଛନ୍ତି ଓ କ’ଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବା ବାକି ରହିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More