Only for Entertainment

ଠକେଇ ଅଭିଯୋଗରେ ସୋନାକ୍ଷୀଙ୍କ ଘରେ ପହଁଚିଲା ପୋଲିସ

google
65

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଘରେ ପହଞ୍ଚିଛି ପୁଲିସ | କିନ୍ତୁ ପୁଲିସ ସୋନାକ୍ଷୀଙ୍କୁ ପାଇନଥିବାବେଳେ ଫେରିଯାଇଛି ମିଳିଥିବା ସୂଚନା ମୁତାବକ ମୁରାଦବାଦରେ ସୋନାକ୍ଷୀଙ୍କ ନାମରେ ଠକେଇ ଅଭିଯୋଗ ହୋଇଥିଲା | ଏକ କାର୍ଯ୍ୟକ୍ରମକୁ ଯିବାକୁ କହି ସୋନାକ୍ଷୀ ଓ ତାଙ୍କ ସହଯୋଗୀ ଲକ୍ଷ ଲକ୍ଷ ଟଙ୍କା ନେଇଥିବାର ଅଭିଯୋଗ ହୋଇଥିଲା | କିନ୍ତୁ ଟଙ୍କା ନେଇ ବି ସେମାନେ କାର୍ଯ୍ୟକ୍ରମକୁ ଆସିନଥିଲେ | ଯାହାକୁ ନେଇ ଆୟୋଜନକାରୀ ତାଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ |

ଏହାପରେ ଅଭିଯୋଗର ତଦନ୍ତ କରିବାକୁ ମୁରାଦବାଦ ପୁଲିସର ତିନିଜଣିଆ ଟିମ ମୁମ୍ବାଇ ଯାଇଥିଲା | ତେବେ ସୋନାକ୍ଷୀ ହାଇଦ୍ରାବାଦରେ ଏକ ସୁଟିଂରେ ବ୍ୟସ୍ତ ଥିବାରୁ ଘରେ ତାଙ୍କୁ ପୁଲିସ ପାଇନଥିଲା | ଯାହାଫଳରେ ନିରାଶ ହୋଇ ପୁଲିସକୁ ଫେରିବାକୁ ପଡିଥିଲା |

ଏହି ଘଟଣାକୁ ନେଇ ଏବେ ସୋନାକ୍ଷୀ ସିହ୍ନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଟ୍ୱିଟ କରି ସେ ଲେଖିଥିଲେ, ‘ଗୋଟିଏ ଇଭେଣ୍ଟ ଅରଗାନାଇଜର ଯେ ନିଜ ପ୍ରତିଜ୍ଞାରେ ଠିଆ ହୋଇପାରେ ନାହିଁ ତାକୁ ଲାଗୁଛି ଯେ ସେ ମିଡିଆରେ ମୋ ଛବି ଖରାପ କରି ପଇସା କମାଇ ଦେବ । ମାମଲାର ଜଂଚ କରୁଥିବା ଅଧିକାରୀମାନଙ୍କୁ ମୋର ପୂରା ସହଯୋଗ । ମିଡିଆକୁ ଅନୁରୋଧ କରୁଛି ସେମାନେ ଏପରି ମିଛ ଖବରକୁ ବଢାନ୍ତୁ ନାହିଁ ।’

ଏବେ ନିଜ ଫିଲ୍ମ ‘ଖାନଦାନୀ ସଫାଖାନା’ରେ ବ୍ୟସ୍ତ ଅଛନ୍ତି ସୋନାକ୍ଷୀ | ସେହିପରି ‘ଦବଙ୍ଗ-୩’ର ସୁଟିଂରେ ମଧ୍ୟ ସୋନାକ୍ଷୀ ବ୍ୟସ୍ତ ଅଛନ୍ତି | ସଲମାନଙ୍କ ବିପକ୍ଷରେ ସୋନାକ୍ଷୀ ନଜର ଆସିବାକୁ ଥିବାବେଳେ ଆଗାମୀ ଡିସେମ୍ବର ୨୦ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି | ତେବେ ଏହି ଠକେଇ ବାବଦରେ ସୋନାକ୍ଷୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More