ସୋନାଲୀ ବେନ୍ଦ୍ରେ ସବୁବେଳେ ଷ୍ଟାଇଲିସ ଅନ୍ଦାଜରେ ନଜର ଆସନ୍ତି । ବିଗତ ଦିନରେ ସେ କ୍ୟାନସରରେ ପୀଡିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା ,ମାତ୍ର ସେ ହାର ମାନିନଥିଲେ । ସବୁବେଳେ ତାଙ୍କର ହସ ହସ ମୁହଁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ନିକଟରେ ତାଙ୍କୁ ପୁଣି ଥରେ ସ୍ପଟ କରାଯାଇଛି । ସେ ଧଳା ଡ୍ରେସ ଏବଂ ମ୍ୟାଚିଂ ବ୍ୟାଗ ସହ ନଜର ଆସିଛନ୍ତି ।
କିଛି ଦିନ ପୂର୍ବେ ସୋନାଲୀ ଭାରତ ଫେରିଛନ୍ତି । ଫେରିବା ପରେ ସେ ଫ୍ୟାମିଲି ସହ କ୍ୱାଲିଟି ଟାଇମ ବିତାଉଛନ୍ତି । ସେ ନିକଟରେ ନିଜର ଜନ୍ମଦିନ ମଧ୍ୟ ସେଲିବ୍ରେଟ କରିଥିଲେ, ଯେଉଁଥିରେ ବଲିଉଡର ଅନେକ କଳାକାର ମଧ୍ୟ ନଜର ଆସିଥିଲେ । ଫେରିବା ପରେ ସୋନାଲୀ ଖୁବ ଖୁସି ଥିବା କହିଛନ୍ତି । ସେ ଏବେ ମଧ୍ୟ କ୍ୟାନସରରେ ପୀଡିତ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି ।