ବିବାହ ବାର୍ଷିକରେ ସ୍ୱାମୀଙ୍କ ସହିତ ଫଟୋ ସେୟାର କରି ଇମୋସନାଲ ହେଲେ ସୋନାଲୀ ବେନ୍ଦ୍ରେ
କର୍କଟ ରୋଗକୁ ମାତ ଦେଇ ଏବେ ସୁସ୍ଥ ଜୀବନ କାଟୁଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । ସୋନାଲି ସ୍ୱାମୀ ଗୋଲ୍ଡି ବେହେଲଙ୍କ ସହ ବର୍ତମାନ ଛୁଟି ଦିନ କାଟୁଛନ୍ତି । ରୋଡ ଟ୍ରିପରେ ଏହି ଯୋଡି ଯିବା ସହ ଫଟୋ ଗୁଡିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାର ଭିତରେ ଯୋଡି ବେଶ ଖୁସିର ସହ ବିବାହ ବାର୍ଷିକ ପାଳିଛନ୍ତି । ସୋନାଲି ଏକ ଇମୋସନାଲ ମେସେଜ ସହ ସ୍ୱାମୀ ଗୋଲ୍ଡିଙ୍କୁ ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇଛନ୍ତିି ।
ସୋନାଲି କହିଛନ୍ତି ଗତବର୍ଷ ଠିକ ଏହି ସମୟରେ ସେ ନ୍ୟୁର୍ୟକରେ କର୍କଟ ରୋଗରେ ପୀଡିତ ହେବା ପରେ ଚିକିତ୍ସିତ ହେଉଥିଲେ । ସେଦିନ ଓ ଆଜିର ଦିନ ଭିତରେ ବେଶ ପାର୍ଥକ୍ୟ ରହିଛି । ସବୁକିଛି ଏବେ ବଦଳିଛି । ନୂଆ ଜୀବନ ପାଇ ସେ ଖୁସି ଅନୁଭବ କରୁଛନ୍ତି ଓ ସ୍ୱାମୀ ଗୋଲ୍ଡି ବେହେଲଙ୍କୁ ଏନେଇ ସେ ଧନ୍ୟବାଦ ଜଣାଇଛନ୍ତି ।