Only for Entertainment

‘ସିଙ୍ଘମ’, ‘ସିମ୍ବା’ ଏବଂ ‘ସୂର୍ଯ୍ୟବଂଶୀ’ ପରେ ପୁଣି ଏକ କପ ଡ୍ରାମା ଫିଲ୍ମ ନେଇ ଆସୁଛନ୍ତି ରୋହିତ ଶେଟ୍ଟୀ, ରେଜିଷ୍ଟର କଲେ ଏହି ନାମ

News18
31

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଲଗାତାର ଦର୍ଶକଙ୍କ ସାମ୍ନାରେ କପ ଡ୍ରାମା ଫିଲ୍ମ ପରଷୁଛନ୍ତି । ଏହି ଫିଲ୍ମ ଗୁଡିକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ରୋହିତ ଶେଟ୍ଟୀ ଏହି କପ ଡ୍ରାମା ଫିଲ୍ମର ଆରମ୍ଭ ଅଜୟ ଦେବଗନଙ୍କ ଫିଲ୍ମ ସିଙ୍ଘମ ସହିତ କରିଥିଲେ । ଏହା ପରେ ‘ସିଙ୍ଗମ ୨’, ‘ସିମ୍ବା’ ଏବଂ ଏବେ ‘ସୂର୍ଯ୍ୟବଂଶୀ’ର ନର୍ମାଣ ଚାଲିଛି । ଏବେ ରୋହିତଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

akki

ରିପୋର୍ଟ ଅନୁସାରେ ରୋହିତ ଶେଟ୍ଟୀ ‘ସୂର୍ଯ୍ୟବଂଶୀ’ ପରେ ଏକ ନୂଆ କପ ଡ୍ରାମା ଫିଲ୍ମ ନର୍ମାଣ କରିବେ । ସେଥିପାଇଁ ସେ ‘ଆୟା ପୋଲିସ’ ନାମକୁ ରେଡିଷ୍ଟର କରି ସାରିଥିବା ଖବର ଆସିଛି । କହିରଖୁଛୁ ଯେ, ‘ସିମ୍ବା’ର ବ୍ୟାକଗ୍ରାଉଣ୍ଡରେ ‘ଆୟା ପୋଲିସ’ ବାଜୁଥିଲା । ଏହିଠାରୁ ହିଁ ସେ ଆଇଡିଆ ନେଇ ରୋହିତ ନିଜ ଆଗାମୀ ଫିଲ୍ମର ଟାଇଟଲ ‘ଆୟା ପୋଲିସ’ ରେଜିଷ୍ଟର କରିଛନ୍ତି ।

ଇଣ୍ଡିଆନ ମୋଶନ ପିକଚର୍ସ ପ୍ରଡ୍ୟୁସର୍ସ ଆସୋସିଏସନ ପକ୍କା ମୋହର ଲଗାଇଛନ୍ତି ଯେ ରୋହିତ ଗତ ସପ୍ତାହରେ ଆୟା ପୋଲିସ ଟାଇଟଲ ନିଜଜ ବ୍ୟାନର ନାମରେ ରେଜିଷ୍ଟର କରାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ରୋହିତ ଏହି ଫିଲ୍ମ ପାଇଁ ଲିଡ ରୋଲ ଭାବେ କାହାକୁ ନେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More