Only for Entertainment

ଏହି କାରଣରୁ ନୟନତାରା କରିଥିଲେ ଧର୍ମ ପରିବର୍ତ୍ତନ, ଶାହରୁଖଙ୍କ ଫିଲ୍ମରେ ଡାନ୍ସ କରିବାକୁ ମନା କରି ଆସିଥିଲେ ଚର୍ଚ୍ଚାକୁ !

Tupaki English
25

ସାଉଥ ଅଭିନେତ୍ରୀ ନୟନତାରାଙ୍କୁ କିଏ ନ ଜାଣେ । ୩୩ବର୍ଷର ନୟନତାରା ୨୦୦୩ରେ ମଲୟାଲାମ ଫିଲ୍ମ ମନାସୀନାକାଡେ’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ତାମିଲ ଏବଂ ତେଲୁଗୁ ସିନେମାରେ ନିଜର ଯାଦୁ ବୁଣିଥିଲେ । ୧୮ନଭେମ୍ବର ୧୯୮୪ରେ ବାଙ୍ଗାଲୁରୁ ରେ ଜନ୍ମ ହୋଇଥିବା ନୟନତାରା ନିଜର ୩୪ତମ ଜନ୍ମ ଦିବସ ପାଳନ କରୁଛନ୍ତି । ନୟନତାରାଙ୍କ ଅସଲି ନାଁ ହେଉଛି ‘ଡାଏନା ମରିୟମ କୁରିୟନ’ ଅଟେ । । ତାଙ୍କର ଜନ୍ମଦିନ କାରଣରୁ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି –

ନୟନତାରାଙ୍କ ବାପାଙ୍କ ନାଁ କୁରିୟନ କୋଦିୟାତୁ ଏବଂ ମାଁଙ୍କ ନାଁ ଓମାନା କୁରିୟନ ଅଟେ । ବାପାଙ୍କ ଚାକିରୀ ଅବସର ଶେଷ ହେବା ପରେ ନୟନତାରାଙ୍କ ପରିବାର କେରଳରେ ସିଫ୍ଟ ହୋଇଥିଲେ । ନୟନତାରା ଏହି ଠାରେ ହିଁ ଛୋଟରୁ ବଡ ହୋଇଥିଲେ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଅଭିନେତ୍ରୀ ଜଣକ କେବେ ଫିଲ୍ମ କରିବାକୁ ଚାହିଁ ନଥିଲେ । ତାଙ୍କୁ ଚାଟାର୍ଡ ଅକାଉଂଟାଟ ହେବାର ଆଶା ଥିଲା ମାତ୍ର ପ୍ରକୃତିର କିଛି ଅଲଗା ଆଭାସ ଥିଲା ।

ସେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । ଏହି ଅଭିନେତ୍ରୀ ଜଣକ ଏବେ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ମାତ୍ର ଶୁଣିବାକୁ ମିଳିଛି ଯେ ସେ ଏବେ ନିର୍ଦ୍ଦେଶକ ବିଗ୍ନେଶ ଶିବନଙ୍କ ସହ ରିଲେସନସିପରେ ଅଛନ୍ତି ।

ସୁପରଷ୍ଟାର ଶାହରୁଖ ଖାନଙ୍କ ସହ କିଏ ବା ଅଭିନୟ କରିବାକୁ ଚାହେନା । ବରଂ ନୟନତାରା ‘ଚେନ୍ନାଇ ଏକ୍ସପ୍ରେସ’ରେ ଆଇଟମ ସଙ୍ଗରେ କାମ କରିବାକୁ ମନା କରିଦେଇଥିଲେ । ଏହାର କାରଣ ରୋହିତ ସେଟ୍ଟି କିମ୍ବା ଶାହରୁଖ ନୁହଁନ୍ତି ବରଂ ଡାନ୍ସ ଗୁରୁ ପ୍ରଭୁଦେବା ଅଟନ୍ତି ।

ଦୁଇଟି କାରଣରୁ ନୟନତାରା ଚର୍ଚ୍ଚାରେ ରହିଥିଲେ । ୨୦୧୧ରେ ସେ ନିଜ ଧର୍ମ ଛାଡି ଆର୍ଯ୍ୟ ସମାଜ ମନ୍ଦିରରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ଏବଂ ଆଉ ଏକ କାରଣ ହେଉଛି ପ୍ରଭୁଦେବାଙ୍କ ସହ ଲିଭଇନରେ ରହି ଚର୍ଚ୍ଚାରେ ରହିଥିଲେ । ନୟନତାରାଙ୍କ ଲିପଲକ କିସକୁ ନେଇ ବିବାଦ ହୋଇଥିଲା । ନୟନତାରାଙ୍କ ସବୁଠାରୁ ସୁପରହିଟ ଫିଲ୍ମ ରହିଥିଲା ‘ଚନ୍ଦ୍ରମୁଖୀ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More