Only for Entertainment

ବରୁଣ ଧୱନଙ୍କ ଫ୍ୟାନ ଦେଲେ କିଛି ଏଭଳି ଉପହାର, ଗର୍ଲଫ୍ରେଣ୍ଡ ନତାଶା ହୋଇଗଲେ ଆଶ୍ଚର୍ଯ୍ୟ !

22

ପ୍ରଶଂସକଙ୍କ ଠାରୁ ଖାସ୍ ଉପହାର ପାଇଲେ ଅଭିନେତା ବରୁଣ ଧୱନ । ବରୁଣ ଜଣେ ଫ୍ୟାନ୍ ତାଙ୍କ ଘର ବାହାରେ ଏକ ଉପହାର ଦେଇଛନ୍ତି । ବରୁଣ ଓ ତାଙ୍କ ଗର୍ଲଫ୍ରେଣ୍ଡ ନତାସାଙ୍କ ସହ କିଛି ଫଟୋକୁ ନେଇ ଏକ ଖାସ୍ ଫଟୋ ଫ୍ରେମ୍ ବରୁଣଙ୍କୁ ଗିଫ୍ଟ କରିଛନ୍ତି ତାଙ୍କର ଜଣେ ଫିମେଲ୍ ଫ୍ୟାନ୍ । ଆଉ ଏହି ଉପହାରକୁ ପାଇ ବରୁଣ ନିଜ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏହାସହ ତାଙ୍କ ସହିତ ସେଲ୍ଫି ମଧ୍ୟ ନେଇଥିଲେ ବରୁଣ । ଗତ କିଛି ଦିନ ଆଗରୁ ବରୁଣଙ୍କ ଅନ୍ୟଜଣେ ଫିମେଲ୍ ଫ୍ୟାନ୍ ତାଙ୍କ ଗର୍ଲଫ୍ରେଣ୍ଡ ନତାସାଙ୍କୁ ମାରିବାର ଧମକ୍ ଦେଇଥିଲେ । ଯାହା ପରଠାରୁ ନତାସାଙ୍କ ସିକ୍ୟୁରିଟି ବଢାଇ ଦେଇଥିଲେ ବରୁଣ ।

ତେବେ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ବରୁଣ ଖୁବ ଶୀଘ୍ର ଏକ ଫିଲ୍ମରେ ନଜର ଆସିବେ ଯାହା ଏକ ଷ୍ଟ୍ରିଟ ଡାନ୍ସର ଜୀବନୀ କାହାଣୀ ଉପରେ ଆଧାରିତ । ଫିଲ୍ମ ‘ଏବିସିଡି୨’ପରେ ବରୁଣ ଏବଂ ଶ୍ରଦ୍ଧା ଏହି ଫିଲ୍ମ ଜରିଆରେ ପୁଣି ଥରେ ଏକାଠି ନଜର ଆସିବେ । ତେବେ ଏହି ଫିଲ୍ମ ୮ନଭେମ୍ବର ୨୦୧୯ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More