Only for Entertainment

ଅଜୟ ଦେବଗନଙ୍କ ପିତା ତଥା ପ୍ରସିଦ୍ଧ ଷ୍ଟଣ୍ଟ ନିର୍ଦ୍ଦେଶକ ବୀରୁ ଦେବଗନଙ୍କ ନିଧନ

Hindustan Times
35

ବଲିଉଡର ପ୍ରସିଦ୍ଧ ଆକ୍ସନ ନିର୍ଦ୍ଦେଶକ, ଷ୍ଟଣ୍ଟ ମାଷ୍ଟର ତଥା ଅଭିନେତା ଅଜୟ ଦେବଗନଙ୍କ ପିତା ବୀରୁ ଦେବଗନଙ୍କର ସୋମବାର ୨୭ ମଇରେ ନିଧନ ହୋଇଯାଇଛି । ସୋମବାର ସକାଳେ ନିଶ୍ୱାସ ନେବାରେ ଆସୁବିଧା ହେବାରୁ ତାଙ୍କୁ ସାନ୍ତାକ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବା ପରେ କାର୍ଡିଆକ ଆରେଷ୍ଟ କାରଣରୁ ତାଙ୍କର ନିଧନ ହୋଇଛି ।

ବୀରୁ ଦେବଗନ ବଲିଉଡରେ ୮୦ରୁ ଅଧିକ ଫିଲ୍ମରେ ଆକ୍ସନ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଏହା ବ୍ୟତିତ ସେ ୧୯୯୯ରେ ରିଲିଜ ହୋଇଥିବା ଫିଲ୍ମ ‘ହିନ୍ଦୁସ୍ତାନ କି କସମ’ର ନିର୍ଦ୍ଦେଶନା ଦେଇଥିଲେ । ବୀରୁ ଦେବଗନଙ୍କ ଫିଲ୍ମ ‘ଦିଲବାଲେ’, ‘ହିମ୍ମତବାଲା’ ଏବଂ ‘ଶହଂଶାହ’ ପରି ସୁପରହିଟ ଫିଲ୍ମ ସାମିଲ ଅଛି ।

ବୀରୁଙ୍କ ଜନ୍ମ ଅମୃତସରରେ ହୋଇଥିଲା । ତାଙ୍କର ଅଜୟ ଦେବଗନଙ୍କ ବ୍ୟତିତ ଆଉ ୩ଟି ସନ୍ତାନ ଅଛନ୍ତି । ସେ ଅଭିନେତା ଭାବେ କ୍ରାନ୍ତି , ସୌରଭ ଏବଂ ସିଂହାସନ ପରି ଫିଲ୍ମରେ ନଜର ଆସିଥିଲେ । ସୋମବାର ସନ୍ଧ୍ୟା ୬ଟାରେ ମୁମ୍ବାଇର ଭିଲେ ପାର୍ଲେ ଶ୍ମସାନ ଘାଟରେ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More