Only for Entertainment

ପୁଣିଥରେ କପିଲ ଶର୍ମାଙ୍କ ସହ ନଜର ଆସିବେ ଗୁତ୍ଥୀ ! ୨ବର୍ଷ ପୂର୍ବେ ହୋଇଥିଲା ଝଗଡା !

37

କପିଲ ଶର୍ମା ଏବଂ ସୁନୀଲ ଗ୍ରୋବର ଦୁଇ ଜଣ ଏଭଳି କମେଡିଆନ ଅଟନ୍ତି , ଯେଉଁମାନେ କିଛି ବର୍ଷ ପୂର୍ବେ ଲୋକଙ୍କ ହୃଦୟ ଏକ ଭିନ୍ନ ଜାଗା ବନାଇ ପାରିଛନ୍ତି । ଦୁହିଁଙ୍କର ଅନ୍ଦାଜ କିଛି ନିଆରା । ଦୁହେଁ ଏକାସହ ମିଶି ଖୁବ ମନୋରଂଜନ କରିଥିଲେ । କିନ୍ତୁ ବ୍ୟକ୍ତିଗତ ବିବାଦ ଯୋଗୁଁ କିଛି ଦିନ ହେବ ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ଯାଇଛନ୍ତି । କପିଲ ଶର୍ମା ଏବଂ ସୁନୀଲ ଗ୍ରୋବରଙ୍କୁ ଏକା ସହ ଦେଖିବାକୁ ଫ୍ୟାନ୍ସ ଖୁବ ଉତ୍ସାହିତ ।

ସେହିଭଳି ଏବେ ଖବର ଆସିଛି ଯେ ଦୁହେଁ ପୁଣିଥରେ ଗୋଟେ ଷ୍ଟେଜରେ ଦର୍ଶକଙ୍କୁ ହସାଇବାକୁ ନଜର ଆସିପାରନ୍ତି । ଅସଲରେ ସୁନୀଲ ଗ୍ରୋବର ସଲମାନ ଖାନଙ୍କ ଭାରତ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏହା ମଧ୍ୟରେ ଖବର ଏଭଳି ଶୁଣିବାକୁ ମିଳିଛି ଯେ ସଲମାନ ଭାରତ ପ୍ରମୋଶନ କରିବା ଲାଗି ‘ ଦ କପିଲ ଶର୍ମା ଶୋ’ରେ ଫିଲ୍ମର ପୂରା ଷ୍ଟାର କାଷ୍ଟଙ୍କ ସହ ଜୁନରେ ଆସିପାରନ୍ତି ।

ଖବର ଏହା ଶୁଣିବାକୁ ମିଳିଛି ଯେ ସଲମାନ ସୁନୀଲଙ୍କୁ କପିଲଙ୍କ ଶୋ’ରେ ଆଣିପାରନ୍ତି । ଯଦିଓ ଏବେ ପର୍ଯ୍ୟନ୍ତ ଭାରତ ମେକର୍ସ ଏବଂ କପିଲ ଶର୍ମାଙ୍କ ମଧ୍ୟରେ ଏଭଳି କିଛି ଅଫିସିଆଲ ଅନାଉଂସମେଂଟ ହୋଇନାହିଁ । ଖବର ମୁତାବକ କପିଲ ଶର୍ମା ଅନେକ ଥର ସୁନୀଲ ଗ୍ରୋବରଙ୍କ ସାମ୍ନାରେ ନିଜ ଶୋ’ର ଅଂଶ ହେବା ପାଇଁ ପ୍ରସ୍ତାବ ରଖିସାରିଲେଣି ।

ଏଠାରେ ଆମେ କହି ରଖୁଛୁ ଯେ କପିଲ ଯେତେବେଳେ ଅରବାଜ ଖାନଙ୍କ ଶୋ’ରେ ପହଂଚିଥିଲେ ସେ ସୁନୀଲ ଗ୍ରୋବରଙ୍କୁ ନେଇ ଏକ ବଡ ଖୁଲାସା କରିଥିଲେ । ସେ କହିଥିଲେ ସେ କହିଥିଲେ ଯେ ସବୁ କିଛି ଭୂଲି ସୁନୀଲଙ୍କୁ ନିଜ ଶୋ’କୁ ଆଣିବା ପାଇଁ ବିଚାର କରିଛନ୍ତି । ଏହି ପ୍ରସ୍ତାବ ପାଇଁ ସେ ସୁନୀଲଙ୍କୁ ପଚାରିଥିଲେ । କିନ୍ତୁ ରାଗରେ ପୁଣି ସୁନୀଲଙ୍କୁ କହିଦେଇଥିଲେ ଯଦି ସେ ଆସିବାକୁ ଚାହୁଁନାହାନ୍ତି ତେବେ ତାଙ୍କ ଇଚ୍ଛା । କିନ୍ତୁ କପିଲ ସ୍ୱୀକାର କରିଛନ୍ତି ଯେ ତାଙ୍କୁ ସୁନୀଲ ଖୁବ ପସନ୍ଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More