Only for Entertainment

ସନି ଲିଓନିଙ୍କ ଖୁଲାସା, ଏହି ଟିଭି ଶୋ’ ଦେଖି ଶିଖୁଛନ୍ତି ଆକ୍ଟିଂ

bollywood tadka
56

ବଲିଉଡ ଅଭିନେତ୍ରୀ ସନି ଲିଓନି ଏବେ ଟିଭି ଶୋ’ ଦେଖି ଆକ୍ଟିଂ ଶିଖୁଛନ୍ତି । ସନି ନିଜ ଇଂଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଟିଭି ଶୋ’ କୁମକୁମ ଭାଗ୍ୟ ଦେଖି ସେହି ଡାଇଲଗ ଗୁଡିକୁ କହୁଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓ ସେୟାର କରି ସନି କ୍ୟପସନରେ ଲେଖିଛନ୍ତି ଆକ୍ଟିଂ ୱାର୍କସପ । ସନି ନିଜର ଏହି ଆକ୍ଟିଭିଟି ସହିତ ପୁରା ମସ୍ତି କରୁଥିବାର ନଜର ଆସିଛନ୍ତି । ପୋଷ୍ଟ ସହିତ ସନି ଏହା ମଧ୍ୟ ଲେଖିଛନ୍ତି, ଧନ୍ୟବାଦ କୁମକୁମ ଭାଗ୍ୟ, ଶ୍ରୀତି ଝା ଏବଂ ଶବୀର ଆହଲୁୱାଲିଆ । ଯେତେବେଳେ ମୁଁ ମୋର ଫାଲତୁ କମେଂଟ୍ରି ବିନା ଆପଣଙ୍କ ଶୋ’ ଦେଖିଥାଏ ତାହା ମୋର ବେଷ୍ଟ ଟାଇମ ହୋଇଥାଏ ।

କହିରଖୁଛୁ ଯେ, ସନି ଏବେ ନିଜର ଆଗାମୀ ଫିଲ୍ମ ‘କୋକାକୋଲା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ପାଇଁ ସେ ଉତ୍ତର ପ୍ରଦେଶର ଗ୍ରାମୀଣ ଭାଷା ମଧ୍ୟ ଶିଖୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More