Only for Entertainment

ସୁପର୩୦’ର ସଫଳତାରେ ଖୁସି ହୋଇ ଡାନ୍ସ କଲେ ହ୍ରିତିକଙ୍କ ମା’ , ଭାଇରାଲ ହେଉଛି ଭିଡିଓ !

jagran
68

ବିହାର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ପ୍ରସ୍ତୁତ ହୋଇଥିବା ଫିଲ୍ମ “ସୁପର୩୦” ବକ୍ସଅଫିସରେ ସଫଳତା କରିବାରେ ଲାଗିଛି । ହ୍ରିତିକ ରୋଶନ ଏହି ଫିଲ୍ମରେ ଆନନ୍ଦ କୁମାରଙ୍କ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ଏବେ ୧୦୦କୋଟି କ୍ଲବରେ ସାମିଲ ହୋଇସାରିଲାଣି । ହ୍ରିତିକଙ୍କ ଏହି ସଫଳତାରେ ତାଙ୍କ ପରିବାର ଲୋକ ଖୁବ ଖୁସି ଥିବା ଦେଖିବାକୁ ମିଳିଛି । ନିକଟରେ ତାଙ୍କ ମା’ ଫିଙ୍କି ରୋଶନ ଜୁଗରଫିଆ ଗୀତରେ ଡାନ୍ସ କରୁଥିବାର ନଜର ଆସିଛନ୍ତି ।

ହ୍ରିତିକ ରୋଶନ ନିଜର ଇଂଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରିଛନ୍ତି । ଭିଡିଓରେ ତାଙ୍କ ମା’ ଜିମରେ କସରତ କରୁଥିବାର ଦେଖିବାକୁ ମିଳିଥିଲେ । ଡମ୍ବଲ ଉଠାଇବା ସମୟରେ ଥକି ଯାଇଛନ୍ତି ଏବଂ ଏହାପରେ ଜୁଗରାଫିୟା ଗୀତରେ ଡାନ୍ସ କରିବାରେ ଲାଗିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

Wait for it… #championoflife #supermom #loveyoumama only a mother can express joy like this ❤️

A post shared by Hrithik Roshan (@hrithikroshan) on


ନିକଟରେ ଯେତେବେଳେ ଫିଲ୍ମ ସଫଳତା ପରେ ମିଡିଆ ତାଙ୍କୁ ପ୍ରଶ୍ନ କରିଥିଲା ସେ ଉତ୍ତରରେ କହିଥିଲେ ତାଙ୍କ ପ୍ରଥମ ଫିଲ୍ମ ରିଲିଜ ହେବା ବେଳେ ଯେପରି ଅନୁଭବ ହୋଇଥିଲା, ତାଙ୍କୁ ଏହି ଫିଲ୍ମ ପାଇଁ ଠିକ ସେହିଭଳି ଅନୁଭବ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More