Only for Entertainment

ପୁଣି ଏକ ବଲିଉଡ ସିନେମା, ମିତାଲି ରାଜଙ୍କ ବାୟୋପିକରେ ନଜର ଆସିବେ ତାପସୀ

indiatimes
36

ଆଜିକାଲି ପୁରୁଣା ଫିଲ୍ମର ସିକ୍ୱେଲ ହେଉ ବା ପୁରୁଣା ଗୀତର ରିମେକ ଆଉ ତା’ ସାଙ୍ଗକୁ କୌଣସି ବ୍ୟକ୍ତିର ଜୀବନୀକୁ ନେଇ ଫିଲ୍ମ ନିର୍ମାଣ କରିବା ଏକ ଟ୍ରେଣ୍ଡ ହୋଇ ସାରିଲାଣି । ଏହି ଟ୍ରେଣ୍ଡ ପ୍ରଥମେ ବଲିଉଡ ଏବଂ ପରେ ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ମାନଙ୍କୁ ପ୍ରଭାବିତ କରିଛି । ଅକ୍ଷୟ କୁମାର, ସୁଶାନ୍ତ ସିଂ ରାଜପୂତ, ପ୍ରିୟଙ୍କା ଚୋପ୍ରା, ଆମୀର ଖାନ ଆଦି ବଡ଼ ବଡ଼ କଳାକାରଙ୍କୁ ବାୟୋପିକରେ ଦେଖିôବାକୁ ମିଳି ସାରିଲାଣି । ଏହି ମଧ୍ୟରେ ଏଥିରେ ସାମିଲ ହୋଇ ଯାଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ ।

 

ଖବର ଅନୁସାରେ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲି ରାଜଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେବ ।ଏହି ଫିଲ୍ମରେ ମିତାଲିଙ୍କ ଭୂମିକା ତୁଲାଇବେ ଅଭିନେତ୍ରୀ ତାପସୀ ପନ୍ନୁ। ପୂର୍ବରୁ ଏ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ମିତାଲିଙ୍କ ଚରିତ୍ରରେ ତାପସୀ ନଜର ଆସିବେ ବୋଲି ନିଜେ ଅଭିନେତ୍ରୀ ସ୍ପଷ୍ଟ କରିଛନ୍ତି। ମିତାଲିଙ୍କ ଜନ୍ମଦିନର କେକ୍ କାଟିବା ସହ ଫଟୋ ସେୟାର କରି ଏ ନେଇ ସୂଚନା ଦେଇଥିଲେ ତାପସୀ। ଫଟୋ ସେୟାର କରିବା ସହ କ୍ୟାପସନରେ, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଅଧିନାୟକ ମିତାଲି ରାଜ। ତୁମେ ଆମେ ସମସ୍ତଙ୍କୁ ଗର୍ବିତ କରାଇବା ସହ ତୁମ ଜୀବନୀକୁ ନେଇ ନିର୍ମାଣ ହେଉଥିବା ଫିଲ୍ମରେ ତୁମ ଚରିତ୍ରର ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ଆଶା କରୁଛି, ତୁମେ ପରଦାରେ ମୋ ଭିତରେ ନିଜକୁ ଦେଖି ପାରିବ। ଫିଲ୍ମର ନାଁ ‘ସାବାସ୍ ମିଠୁ’ ରଖାଯାଇଥିବା ବେଳେ ଏହାର ରିଲିଜ୍ ତାରିଖ ସାମ୍ନାକୁ ଆସି ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More