Only for Entertainment

ସାମ୍ନାକୁ ଆସିଲା ‘ତାନାଜୀ’ର ମ୍ୟୁଜିକ ମେକିଂ ଭିଡିଓ, ଦେଖନ୍ତୁ

Koimoi
46

ନିକଟରେ ରିଲିଜ୍ ହୋଇଛି ହିନ୍ଦୀ ପିରିଅଡ ଡ୍ରାମା ଫିଲ୍ମ ‘ତାନାଜୀ’ର ଟ୍ରେଲର । ଦର୍ଶକ ଏହି ଟ୍ରେଲରକୁ ଯେତିକି ପସନ୍ଦ କରିଥିଲେ, ସେତିକି ଏହା ପଛରେ ଥିବା ମ୍ୟୁଜିକକୁ ମଧ୍ୟ ପ୍ରଶଂସା କରିଥିଲେ । ଦମଦାର କାହାଣୀକୁ ନଜରରେ ରଖି ସେହିପରି ଦମଦାର ସଙ୍ଗୀତ ବି ପ୍ରସ୍ତୁତ କରିଥିଲେ ମେକର୍ । ଯାହା ପାଇଁ ବେଶ ପରିଶ୍ରମ କରିବାକୁ ପଡିଥିଲା ପୁରା ଟିମ କୁ । ସଙ୍ଗୀତ ନିର୍ଦ୍ଦେଶକ ଯୋଡୀ ସାଚେଚ- ପରମ୍ପରାଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି ଏହି ଜବରଦସ୍ତ ମ୍ୟୁଜିକ । ଯାହା ଟ୍ରେଲରରେ ସ୍ଥାନ ପାଇଥିବା ଡାଏଲଗ ଓ ସିନେମାର ଥିମକୁ କରିପାରିଛି ଉଚକୋଟୀର ।

ମରାଠୀ ଫୋକ ଗୀତକୁ ପ୍ରାଧାନ ଦିଆଯାଇଛି ଏହି ସିନେମାରେ । ଯାହା ଫିଲ୍ମର କାହାଣୀକୁ ଖାପ ଖୁଆଇଲା ଭଳି ହୋଇପାରିଛି । ମରାଠା ଶାସକ ତାଣାଜୀ ମାଲସୁରେଙ୍କ ଜୀବନୀ ଉପରେ ଆଧାରିତ ହୋଇଛି ଏହି ବଲିଉଡ ଫିଲ୍ମ । ସିନେମାରେ ତାଣାଜୀ ଚରିତ୍ରରେ ନଜର ଆସିବେ ଅଭିନେତା ଅଜୟ ଦେବଗନ । ମରାଠା ଶାସକ ଛତ୍ରପତି ଶିବାଜୀଙ୍କ ଭୂମିକାରେ ରହିଛି ଶରଦ କେଲେସ୍କରଙ୍କ ଅଭିନୟ । ଯାହାଙ୍କ ଆଦେଶକ୍ରମେ କିଭଳି ତାଣାହାଜୀ ମୁଗଲଙ୍କୁ କଡ଼ା ଜବାବ ଦିଅନ୍ତି ଏହାକୁ ନେଇ ପର୍ଯ୍ୟବେସିତ ହୋଇଛି ଏହି ହିଷ୍ଟୋରୀକାଲ ଫିଲ୍ମ । ଅଜୟ ଦେବଗନଙ୍କ ସହ ସୈଫ ଅଲ୍ଲୀ ଖାନଙ୍କ ନେଗେଟିଭ ରୋଲକୁ ମଧ୍ୟ ପସନ୍ଦ କରୁଛନ୍ତି ସମୀକ୍ଷକ । ଅଜୟ ଦେବଗନ ଏବଂ ଟିସିରିଜର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାଉତଙ୍କ । ଆସନ୍ତାବର୍ଷ ଜାନୁଆରୀ ୧୦ରେ ପରଦାକୁ ଆସିବ ଫିଲ୍ମ । ଏହି ଫିଲ୍ମ ସହ ଅଜୟ ନିଜର ୧୦୦ତମ ଫିଲ୍ମରେ ଅଭିନୟ ପୁରା କରିବା ସହ ବଲିଉଡରେ ୩୦ବର୍ଷ ଯାତ୍ରା ମଧ୍ୟ ପୂରା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More