Only for Entertainment

ରିଲିଜ ହେଲା ତାପସୀ ପନ୍ନୁଙ୍କ ଥିଲର ଫିଲ୍ମ ‘ଗେମ ଓଭର’ର ଟିଜର, ଦେଖନ୍ତୁ

IndiaGlitz
21

ତାପସୀ ପନ୍ନୁଙ୍କ ଥ୍ରଲର ଫିଲ୍ମ ‘ଗେମ ଓଭର’ର ଟିଜର ରିଲିଜ ହୋଇଯାଇଛି । ଏଥିରେ ତାପସୀଙ୍କୁ ହ୍ୱିଲ ଚେୟାରରେ ନଜର ଆସୁଛନ୍ତି । ତାଙ୍କୁ ଏଥିରେ ଏକ ରହସ୍ୟମୟୀ ଝିଅ ଭୂମିକାରେ ଦେଖିବାକୁ ମିଳିବ । ଗୋଟିଏ ମିନିଟ ପଚିଶ ସେକେଣ୍ଡର ଏହି ଭିଡିଓରେ ତାଙ୍କୁ ଅଧିକ ସମୟ ଘର ଭିତରେ ରହିଥିବାର ଦେଖାଯାଇଛି । ଏହା ବହୁତ ଭୟାନକ ଓ ରହସ୍ୟମୟ ଫିଲ୍ମ ଭଳି ଲାଗୁଛି । ଗତ ସପ୍ତାହରେ ଅନୁରାଗ କାଶ୍ୟପ ଏହି ସିନେମାର ବିଷୟରେ ଖୁଲାସା କରିଥିଲେ କି, ସେ ‘ଗେମ ଓଭର’ ହିନ୍ଦୀ ସଂସ୍କରଣର ବହୁତ ଶୀଘ୍ର ପ୍ରସ୍ତୁତି କରିବାକୁ ଯାଉଛନ୍ତି ।

ଅନୁରାଗ କଶ୍ୟପ ଏକ ବୟାନରେ କହିଛନ୍ତି କି, ଏହି ଗେମ ଚାଟିଂ ଫିଲ୍ମକୁ ହିନ୍ଦୀରେ ପ୍ରସ୍ତୁତ କରିବା ପାଇଁ ସେ ବହୁତ ଉତ୍ସୁକ ଅଛନ୍ତି ।ଏହା ସହିତ ତାପସୀଙ୍କ ହାତରେ ରହିଛି ସାଣ୍ଡ କି ଆଖଁ ନାମକ ଆଉ ଏକ ଫିଲ୍ମ । ଏଥିରେ ତାପସୀଙ୍କ ସହିତ ଭୂମି ପେଦନାକରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ସାଣ୍ଡ କି ଆଖଁରେ ତାପସୀ ଏକ ୫୮ ବର୍ଷୀୟ ବୃଦ୍ଧା ମହିଳାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ଯେ କି ଜଣେ ସାର୍ପ ସୁଟର ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More