Only for Entertainment

ଫିଲ୍ମ ଜିରୋ ସେଟରେ ଲାଗିଲା ନିଆଁ,ଶାହାରୁଖ ମଧ୍ୟ ଉପସ୍ଥିତ ଥିଲେ ।

youtube
31

ଖ୍ରୀଷ୍ଟମାସ ଉପଲକ୍ଷେ ରିଲିଜ ହେବାକୁ ଥିବା ଶାହାରୁଖଙ୍କ ଫିଲ୍ମ ଜିରୋ ସେଟରେ ନିଆଁ ଲାଗିଥିବା ଖବର ଶୁଣିବାକୁ ମିଳିଛି ।ନ୍ୟୁଜ ଏଜେନ୍ସି ପିଟିଆଇର କହିବା ଅନୁସାରେ ସଂଦ୍ଧ୍ୟା ସମୟରେ ନିଆଁ ଲାଗିଥିଲା । ଏହି ସମୟରେ ଶାହାରୁଖ ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ଥିଲେ । ତେବେ ତାଙ୍କୁ କୌଣସି ପ୍ରକାରର କ୍ଷତି ପହଂଚିନାହିଁ,କାରଣ ଖୁବ ସଫଳତାପୁର୍ଣ୍ଣ ଭାବରେ ତାଙ୍କୁ ସେହି ସ୍ଥାନରୁ ବାହାର କରାଗଲା ।

ଖବର ଅନୁସାରେ କାହାକୁ ମଧ୍ୟ କୌଣସି ପ୍ରକାରର କ୍ଷତି ପହଂଚିନାହିଁ ।ଏପର୍ଯ୍ୟନ୍ତ ଏହା ଜଣାପଡ଼ି ନାହିଁଯେ କେଉଁ କାରଣରୁ ନିଆଁ ଲାଗିଥିଲା । ନିଆଁ କେବଳ ବୈଦ୍ୟୁତିକ ଜିନିଷ ମଧ୍ୟରେ ସୀମିତ ଥିଲା ।୪ ଫାୟର ବ୍ରିଗେଡ଼ଙ୍କୁ ଘଟଣା ସ୍ଥଳକୁ ପଠା ଯାଇଥିଲା ।

କହିରଖୁଛୁଯେ ଶାହାରୁଖ ଖାନ ଏହି ଫିଲ୍ମରେ ଏକ ବାମନ ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଫିଲ୍ମ ୨୧ ଡିସେମ୍ବରକୁ ସିନେମା ଘରେ ରିଲିଜ ହେବ ।ଶାହାରୁଖଙ୍କ ବ୍ୟତୀତ ଫିଳ୍ମରେ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ତେବେ ଚର୍ଚ୍ଚାକୁ ଆସିଥିବା ଫିଲ୍ମ ଜିରୋର ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More