ବାପା ଅନିଲ କପୂରଙ୍କ ଫିଲ୍ମ ଦେଖି କାହିଁକି ଡରି ଯାଉଥିଲେ ସୋନମ କପୂର? ନିଜେ କହିଲେ କାରଣ
ବଲିଉଡ ଅଭିନେତ୍ରୀ ସୋନମ କପୂର ତାଙ୍କ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏବେ ସେ ଏହାର ଜବରଦସ୍ତ ପ୍ରମୋଶନ ମଧ୍ୟ କରୁଛନ୍ତି । ଫିଲ୍ମରେ ସୋନମଙ୍କ ବିପକ୍ଷରେ ଦୁଲକର ସଲମାନ ନଜର ଆସିବେ ।
ନିକଟରେ ସୋନମ କପୂର ‘ଦ କପିଲ ଶର୍ମା’ ଶୋ’ରେ ପହଂଚିଥିଲେ । ଏହି ଫିଲ୍ମ ଜୋୟା ସୋଲଙ୍କିଙ୍କ ଉପନ୍ୟାସ ଉପରେ ଆଧାରିତ । ତେବେ କପିଲଙ୍କ ଶୋ’ରେ ସୋନମ ଏକ କଥାର ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁସାରେ ସେ ତାଙ୍କ ବାପା ଅନିଲ କପୂରଙ୍କ ଫିଲ୍ମ ଦେଖି ଡରି ଯାଉଥିଲେ । କାରଣ ସେ ଜାଣିନଥିଲେ କିଭଳି ଫିଲ୍ମର ସୁଟିଂ ହୁଏ । ତେଣୁ ଫିଲ୍ମରେ ଯେତେବେଳେ ଅନିଲ କପୂର ମାଡ଼ ଖାଆନ୍ତି ସୋନମ ଡରି ଯାଆନ୍ତି । ଏହି କାରଣରୁ ସେ ବାପା ଅନିଲ କପୂରଙ୍କ ଫିଲ୍ମ ଦେଖି ଡରି ଯାଉଥିଲେ । କହିରଖୁଛୁ ସୋନମଙ୍କ ଫିଲ୍ମ ୨୦ ସେପ୍ଟେମ୍ବରକୁ ସିନେମା ଘରେ ରିଲିଜ ହେବ ।