Only for Entertainment

ପ୍ରଭାସଙ୍କ ଫିଲ୍ମ ‘ସାହୋ’ର ବଡ ଧମାକା, ରିଲିଜ ପୂର୍ବରୁ ହିଁ ଆୟ କଲା ୩୦୦ କୋଟି !

latestly
114

ବାହୁବଲୀ ଫେମ ଅଭିନେତା ପ୍ରଭାସ ଏବେ ଫିଲ୍ମ ସାହୋ’ରେ ବକ୍ସଅଫିସରେ ଧମାକା କରିବା ପାଇଁ ଯାଉଛି । ସେହିଭଳି ଫ୍ୟାନ୍ସମାନେ ମଧ୍ୟ ନିଜର ଏହି ପ୍ରିୟ ଅଭିନେତାଙ୍କୁ ଦେଖିବାକୁ ଉତ୍ସାହର ସହ ଚାହିଁ ବସିଛନ୍ତି । ଏହାର ଜଲୱା ଫିଲ୍ମ ରିଲିଜ ପୂର୍ବରୁ ଦେଖିବାକୁ ମିଳିଛି । ତାଙ୍କର ଏହି ଫିଲ୍ମ ରିଲିଜ ପୂର୍ବରୁ ୩୦୦କୋଟି ବ୍ୟବସାୟ କରିଛି । ଅସଲରେ ମିଡିଆ ରିପୋର୍ଟ ମୁତାବକ ଫିଲ୍ମ ସାହୋ ଥିଏଟ୍ରିକାଲ ରାଇଟ୍ସ ଜରିଆରେ ୩୦୦କୋଟି ବ୍ୟବସାୟ କରିଥିଲେ । ପ୍ରଭାସଙ୍କ ଏହି ଫିଲ୍ମ ଅନେକ ଭାଷାରେ ରିଲିଜ ହେବାକୁ ଯାଉଛି । ଏବେ ପର୍ଯ୍ୟନ୍ତ ଏହାର ସାଟେଲାଇଟ ଏବଂ ୱେବ ପ୍ଲାଟଫର୍ମର ରାଇଟ୍ସ ବିକ୍ରି ହୋଇନାହିଁ ।

ନିକଟରେ ଫିଲ୍ମ ସାହୋର ଟ୍ରେଲର ରିଲିଜ ହୋଇଥିଲା, ଯାହା କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା । ହିନ୍ଦୀ ଟ୍ରେଲରରେ ୪୮ମିଲିୟନ ଭ୍ୟୁ ହୋଇସାରିଲାଣି । ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମ ୩୦୦କୋଟି ଇଙ୍ଗ ବଜେଟରେ ନିର୍ମିତ ହୋଇଛି । ଏହାକୁ ୟୁଭି କ୍ରିଏସନ ଏବଂ ଟି-ସିରିଜ ମିଶି ପ୍ରଡ୍ୟୁସ କରିଛନ୍ତି ।

ଫିଲ୍ମ ବାହୁବଲୀରୁ ସାରା ଦୁନିଆରେ ନା’ କମେଇଥିବା ପ୍ରଭାସ ଏବେ ‘ସାହୋ’ରେ ନିଜେ ଯାଦୁ ଦେଖାଇବା ପାଇଁ ଯାଉଛନ୍ତି । ସେହିଭଳି ଶ୍ରଦ୍ଧାଙ୍କ ପାଇଁ ମଧ୍ୟ ଫିଲ୍ମର ଗୁରୁତ୍ୱ ଖୁବ ଅଧିକ । ଏହି ଫିଲ୍ମରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ନୀଲ ନୀତିନ ମୁକେଶ, ଏବଲୀନ ଶର୍ମା, ଚଙ୍କି ପାଣ୍ଡେ. ମନ୍ଦିରା ବେଦୀ, ମହେଶ ମାଂଜରେକରଙ୍କ ଭଳି ଆହୁରି ଅନେକ ପରିଚିତ ଚେହେରା ନଜର ଆସିବେ । ଏହି ଫିଲ୍ମ ୩୦ଅଗଷ୍ଟ, ୨୦୧୯ରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More