Only for Entertainment

୨୦୧୮ରେ ବଲିଉଡ ଡେବ୍ୟୁ କରିଛନ୍ତି ଏହି ତାରକା ।

Indiatimes
33

୨୦୧୮ରେ ଅନେକ ଷ୍ଟାର କିଡଙ୍କ ସହିତ ନୂଆ ଚେହେରା ବଲିଉଡ ଡେବ୍ୟୁ କରିଛନ୍ତି । ୨୦୧୮ ଷ୍ଟାର କିଡମାନଙ୍କ ଡେବ୍ୟୁ ବର୍ଷ କହିଲେ ଭୁଲ ହେବ ନାହିଁ । ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଝିଅ ଜାହ୍ନବୀ କପୁରଙ୍କ ଠାରୁ ଆରାମ୍ଭ କରି ସୈଫ ତନୟା ସାରାଙ୍କ ପର୍ଯ୍ୟନ୍ତ ଅନେକ ଷ୍ଟାର କିଡ ବଲିଉଡ ଡେବ୍ୟୁ କରିଛନ୍ତି । ଆସନ୍ତୁ ଜାଣିବା ୨୦୧୮ ବଲିଉଡର ନୂଆ ଚେହେରାଙ୍କ ବିଷୟରେ ।

janhvi

ଜାହ୍ନବୀ କପୂର:  ଶ୍ରୀଦେବୀ-ବୋନି କପୂର ତନୟା ବର୍ଷ ଆରମ୍ଭରୁ ଚର୍ଚ୍ଚାରେ ଥିଲେ। ପ୍ରଥମ ଫିଲ୍ମ ‘ଧଡ଼କ’ ବ୍ୟବସାୟିକ ସଫଳତା ହାସଲ କରିବା ସହ ଶହେ କୋଟି କ୍ଲବ୍‌ରେ ସାମିଲ ହୋଇଥିଲା।

sara

ସାରା ଅଲୀ ଖାନ: ‘କେଦାରନାଥ’ ମାଧ୍ୟମରେ ଏହି ଦ୍ବିତୀୟ ଷ୍ଟାର‌୍‌-କିଡ୍‌ଙ୍କ ପଦାର୍ପଣ ମଧ୍ୟ ଜୋର‌୍‌ଦାର ଥିଲା। ସୈଫ ଅଲୀ ତଥା ତାଙ୍କର ପ୍ରଥମ ପତ୍ନୀ ଅମୃତା ସି˚ହଙ୍କ ଏହି କନ୍ୟା ନିଜ ଅଭିନୟ ପ୍ରତିଭା ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି। ତାଙ୍କର ଦ୍ବିତୀୟ ଫିଲ୍ମ ‘ଶିମ୍ବା’।

warina

ଵାରୀନା ହୁସୈନ: ‘ଲଭ୍‌ଯାତ୍ରୀ’ ମାଧ୍ୟମରେ ବଲିଉଡ୍‌ରେ ପଦାର୍ପଣ କରିଥିଲେ ଵାରୀନା। ଏଠାରେ ତାଙ୍କର କେହି ଗଡ୍‌ଫାଦର‌୍‌ ନାହାନ୍ତି। ତାଙ୍କ ଜାତୀୟତା ଅଫଗାନ। ପ୍ରଥମ ଫିଲ୍ମ ଫ୍ଲପ୍‌ ହୋଇଯାଇଥିବାରୁ, ତାଙ୍କର ଭବିଷ୍ୟତ୍‌ ବାବଦରେ କିଛି ଅନୁମାନ ଲଗାଇବା କଷ୍ଟକର।

banita-sandhu

ବନିତା ସାନ୍ଧୁ: ପ୍ରଥମ ଫିଲ୍ମ ‘ଅକ୍‌ଟୋବର‌୍‌’ ସାଧାରଣ ବ୍ୟବସାୟ କରିଥିଲା। ତାଙ୍କ ଜାତୀୟତା ବ୍ରିଟିସ୍‌ ଏବ˚ ବୟସ କୋଡ଼ିଏରୁ କମ୍‌। ଏଗାର ବର୍ଷ ବୟସରୁ ମଡେଲି˚ କରୁଛନ୍ତି। ଏବେ ସ୍ନାତକ ଛାତ୍ରୀ। ତାଙ୍କ କ୍ଷେତ୍ରରେ ଉଜ୍ଜ୍ବଳ ଭବିଷ୍ୟତ୍‌ ଆଗରେ ବୋଲି ଅନୁମାନ କରାଯାଉଛି।

ishaan

ଇଶାନ ଖଟ୍ଟର: ନାୟକ ଭାବେ ପ୍ରଥମ ଫିଲ୍ମ ‘ଧଡ଼କ’। ସାହିଦ କପୂରଙ୍କ ସ˚ପର୍କୀୟ ଭାଇ। ପୂର୍ବରୁ ଶିଶୁ କଳାକାର ଭାବେ ଅଭିନୟ କରିଥିବା ଜଣାଯାଏ।

Aayush-Sharma-22

ଆୟୁଷ ଶର୍ମା: ସଲମାନ ଖାନଙ୍କ ଭିଣୋଇ; ତାଙ୍କ ଭଗିନୀ ଅର୍ପିତାଙ୍କ ପତି। ପ୍ରଥମ ଫିଲ୍ମ ‘ଲଭ୍‌ଯାତ୍ରୀ’ ଫ୍ଲପ୍‌।

mouni

ମୋନି ରୟ: ଟିଭି ଅଭିନେତ୍ରୀ ମୋନି ରୟ ଫିଲ୍ମ ଗୋଲ୍ଡ ଜରିଆରେ ବଲିଉଡ ଡେବ୍ୟୁ କରିଛନ୍ତି । ଫିଲ୍ମରେ ତାଙ୍କ ଅପୋଜିଟରେ ଅକ୍ଷୟ କୁମାର ନଜର ଆସିଥିଲେ । ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More