Only for Entertainment

ଘରେ ଶୁଭଫଳ ପାଇଁ ଆଜି ହିଁ କରନ୍ତୁ ଏହି ଉପାୟ ।

plantstomata.wordpress.com
79

ଘରେ ଶୁଭଫଳ ପାଇଁ ଆପଣ ବିଭିନ୍ନ ପ୍ରକାରର ଉପାୟ କରନ୍ତି । ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତି । ତେବେ ଆଜି ନୂଆ ବର୍ଷରେ ସେହିଭଳି କିଛି କାମ କରନ୍ତୁ ଯାହା ଦ୍ୱାରା ଘରକୁ ଶୁଭଫଳ ଆସିବ ।

କୁହାଯାଏ ପାନ ପତ୍ର ଜରିଆରେ ଦୈବୀ ଶକ୍ତିଙ୍କୁ ଆବାହନ କରାଯାଏ।
ସ୍କନ୍ଧ ପୁରାଣରେ ଅନୁସାରେ, ସମୁଦ୍ର ମନ୍ଥନ ବେଳେ ଦେବତାମାନେ ପାନ ପତ୍ରର ବ୍ୟବହାର କରିଥିଲେ। ତେଣୁ ପାନ ପତ୍ରରେ ଦେବୀ ଦେବତା ବାସ କରନ୍ତି ବୋଲି କୁହାଯାଏ।
ପାନ ପତ୍ରର ମଝି ଭାଗରେ ଦେବୀ ସରସ୍ୱତୀ ଓ ଅଗ୍ରଭାଗରେ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି ପୁରାଣ ଶାସ୍ତ୍ରରେ କୁହାଯାଇଛି।
ତେବେ ବାସ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ପାନ ପତ୍ରରେ ଭଗବାନ ବିଷ୍ଣୁ ସମାହିତ ହୋଇ ରହିଛନ୍ତି। ଏହାର ଶିରାରେ ଭଗବାନ ଶିବ ଓ କାମଦେବ ବାସ କରନ୍ତି। ପାନ ପତ୍ର ପଛ ପାଖେ ମା’ ପାର୍ବତୀ ଓ ମଙ୍ଗଳା ରହିଥା’ନ୍ତି। ସମ୍ପୂର୍ଣ୍ଣ ପାନ ପତ୍ରକୁ ସୂର୍ଯ୍ୟ ଦେବଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ, ପାନ ପତ୍ର ଘରେ ରଖିଲେ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥା’ନ୍ତି। ଏପରିକି ପାନ ପତ୍ରର ସମ୍ୱନ୍ଧ ବୁଧ ଗ୍ରହଙ୍କ ସହ ରହିଥିବା କୁହାଯାଇଛି।
ଏହି ଅନୁସାରେ, ବୁଧ ଗ୍ରହଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣ ଘରେ ପାନ ପତ୍ର ରଖନ୍ତୁ, ଅବଶ୍ୟ ଶୁଭ ଫଳ ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More