Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 24

ମେଷ: ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ସମାଜରେ ପ୍ରାଧାନ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରିବେ। ବେକାରଙ୍କୁ ଭଲ ଚାକିରି ମିଳିପାରେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଧୂସର। ଆରାଧନା: ବାବା କପିଳାସ।

ବୃଷ: ଭାବନାରେ ସକାରାତ୍ମକ ବଜାୟ ରଖନ୍ତୁ। କୌଣସି ମହତ୍ତ୍ଵପୂର୍ଣ୍ଣ ଫଇସଲା ନେଇ ପାରନ୍ତି। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଭାଗ ନେବାର ସୁଯୋଗ ମିଳିବ। ଛାତ୍ରଙ୍କୁ ବଢ଼ିଆ ଅବସର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।

ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଅଫିସରେ ଉଚ୍ଚ ଅଧିକାରୀବର୍ଗଙ୍କ ସହଯୋଗ ପାଇବେ। ବେପାରୀବର୍ଗ ନୂଆ କାମରେ ଧନନିବେଶ କରନ୍ତୁ; ଫାଇଦା ହେବ। ପରିବାରରେ ହସଖୁସିର ବାତାବରଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ୟ୍ୟଦେବ।

କର୍କଟ: ମନ ଅଶାନ୍ତି ମୁକ୍ତ ରହିବ। ଆପଣଙ୍କୁ ସମ୍ମାନିତ କରାଯାଇପାରେ। ନୂଆ କାମରେ ରୁଚି ବଢ଼ିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ବ୍ୟବସାୟରେ ପରିଧି ବଢ଼ିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ବୁଢ଼ୀଠାକୁରାଣୀ।

ସିଂହ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ନୂଆ ଆହ୍ଵାନର ସାମନା କରିବାକୁ ପଡ଼ିପାରେ। ମହତ୍ତ୍ଵପୂର୍ଣ୍ଣ ପ୍ରସଙ୍ଗରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବେ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

କନ୍ୟା: ଆଜି ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଚାକିରି ପାଇଁ ଭଲ ପେକେଜ୍‌ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ମନୋରମ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ସାମାଜିକ କାର୍ୟ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟବସାୟରେ ବାଧା ଦୂର ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

ବିଛା: ଆପଣଙ୍କର ସକାରାତ୍ମକ ଚିନ୍ତା ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆପଣଙ୍କ ଆଖପାଖରେ ଆନନ୍ଦଦାୟକ ବାତାବରଣ ରହିବ। ବ୍ୟବସାୟରେ ଲାଗିଥିବା ପୁଞ୍ଜିରୁ ଲାଭ ହୋଇପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ୟ୍ୟଦେବ।

ଧନୁ: ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ଜରୁରୀ କାମ ସ୍ଥଗିତ ହେବ। ଆପଣଙ୍କ ବାଣୀ ଉପରେ ସଂଯମ ରଖନ୍ତୁ। କୌଣସି ବିବାଦ କିମ୍ବା ମକଦ୍ଦମାରେ ଜଟିଳତା ବଢ଼ିପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଗାୟତ୍ରୀ।

ମକର: ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ଜୀବନସାଥୀଙ୍କ ସହିତ ବସି ଭବିଷ୍ୟତର ଯୋଜନା ପ୍ରସ୍ତୁତ କରିବେ। ଅଫିସରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କୁମ୍ଭ: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ନେତୃତ୍ଵ ନେବାର କ୍ଷମତା ରଙ୍ଗ ଆଣିବ। ବ୍ୟବସାୟରେ ବଡ଼ ସଉଦା ଲାଗି ସ୍ୱାକ୍ଷର କରିବେ। ସାମାଜିକ ଆୟୋଜନରେ ସହଯୋଗ କରିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ନୂଆ ଲକ୍ଷ୍ୟ ହାସଲ କରିବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More