Only for Entertainment

ଜାଣନ୍ତୁ ଆଜିର ରାଶିଫଳ

169

ମେଷ: ଦିନଟି ଆପଣଙ୍କ ଲାଗି ଅନୂକୂଳ ରହିବ। ଇଚ୍ଛା ପୂରା କରିବାର ପ୍ରୟାସରେ ସଫଳ ହେବେ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ଛାତ୍ରଙ୍କୁ କ୍ୟାରିଅରରେ ବଡ଼ ସଫଳତା ମିଳିବ। ସ୍ବାସ୍ଥ୍ୟ ପ୍ରତି ଟିକେ ସଚେତନ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣଙ୍କ ଲାଗି ଦିନଟି ଉତ୍ତମ ରହିବ। ଅଫିସ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ହେବ। ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ମନରେ ଯେଉଁ ବିଚାର ଆସିବ ତାହା ସଫଳ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ମିଥୁନ: ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଭାବିଥିବା କାମ ସ˚ପୂର୍ଣ୍ଣ ହୋଇଯିବ। ନୂଆ ଲୋକଙ୍କ ସହିତ ପରିଚୟ ହେବ। ବ୍ୟବସାୟରେ ଉନ୍ନତି ହେବ। ନୂଆ ଘର ବା ଭୂସ˚ପତ୍ତି କିଣିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ପାଟଣେଶ୍ବରୀ।

କର୍କଟ: ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ। ଜରୁରୀ କାମ ମିତ୍ରଙ୍କ ସହୟତାରେ ସ˚ପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ସନ୍ତାନଙ୍କ ଠାରୁ ସୁଖଦ ସମାଚାର ମିଳିବ। ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ସି˚ହ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ଷ୍ଟକ ଓ ମିଚ୍ୟୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ। ଆପଣଙ୍କୁ ଚାକିରି ମିଳିବା ଯୋଗ ରହିଛି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: କଫି। ଆରାଧନା: ମାଆ ଅମ୍ବିକା।

କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିବ। ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ସାମଞ୍ଜସ୍ୟ ଗଠନ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ଆଜି ଆପଣ ଖୁବ୍‌ ମଜା କରିବେ ଓ ଖୁସି ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ବ୍ୟବସାୟରେ ଉଠାଣି-ଗଡ଼ାଣି ଲାଗିରହିବ। ପଇସା ନେଣଦେଣ ସାବଧାନତା ସହ କରନ୍ତୁ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଭୈରବୀ।

ବିଛା: ବହୁତ ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରିରହିଛି। ରାଜନୀତିରେ ଆର୍ଥିକ ଲାଭ ହେବ। ବ୍ୟବସାୟରେ ସଉଦା କରିବାର ସୁଯୋଗ ଆସିବ। କ୍ରିକେଟ ଖେଳାଳିଙ୍କ ପାଇଁ ଦିନଟି ଶୁଭ। ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ଧନୁ: ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ହେବ। ଲୋକେ ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବେକାରଙ୍କୁ ରୋଜଗାର ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: କ୍ରୀମ। ଆରାଧନା: ଶ୍ରୀକୃଷ୍ଣ।

ମକର: ପୂଜାପାଠରେ ଅଧିକ ସମୟ ବିତିବ। କ୍ୟାରିଅରରେ ଉନ୍ନତି ଲାଗି ନୂଆ ପରାମର୍ଶ ମିଳିପାରେ। ବ୍ୟବସାୟରେ ବୃଦ୍ଧି ହେବ। ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ଫଇସଲା ନେବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା କପିଳାସ।

କୁମ୍ଭ: ଆପଣଙ୍କୁ ନୂଆ ଆହ୍ବାନର ସାମନା କରିବାକୁ ପଡ଼ିପାରେ। ମହତ୍ତ୍ବପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବେ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରପ୍ତ ହେବ। ଦାଂପତ୍ୟ ଜୀବନରେ ତାଳମେଳ ବଜାୟ ରଖନ୍ତୁ। ଶୁଭରଙ୍ଗ: ମେରୁନ। ଆରାଧନା: ମହାଲକ୍ଷ୍ମୀ।

ମୀନ: ଦିନଟି ଭଲ ରହିବ। ଠିକ୍‌ ଦିଶାରେ କାମ କରି ଅଧିକ ସମସ୍ୟାର ସମାଧାନ କରିନେବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଧୢୟନରେ ଛାତ୍ରଙ୍କ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More