ଜାଣନ୍ତୁ ଆଜିର ରାଶିଫଳ
ମେଷ: ଯାହା ବି କାମ କରିବେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ନିଜ ବୃତ୍ତିରେ ପଦନ୍ନୋତି। ସ୍ବାସ୍ଥ୍ୟ ଭଲ ରହିବ।
ବୃଷ: ପୂଜାପାଠରେ ସମୟ ବିତିବ। ପରିବାରରେ ଶାନ୍ତିର ବାତାବରଣ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ପ୍ରେମରେ ସଫଳତା ପାଇବେ।
ମିଥୁନ: ନିଜକୁ ଉତ୍ସାହିତ ଅନୁଭବ କରିବେ। ଅଧିକାରୀଙ୍କ ସହିତ କୌଣସି ସ୍ବତନ୍ତ୍ର ବିଷୟରେ ଆଲୋଚନା ହେବ। ଛାତ୍ରଙ୍କ କାର୍ଯ୍ୟଧାରାରେ ନୂଆ ପରିବର୍ତ୍ତନ ଆସିବ।
କର୍କଟ: ସକାରାତ୍ମକ ରହିବେ। ଦିନଟି ଲାଭଦାୟକ ହେବ। ନୂଆ କୌଶଳରେ କାମଧନ୍ଦା ସମାପ୍ତ କରିପାରନ୍ତି। ପରିବାରରେ ଖୁସି ବଢ଼ିବ।
ସି˚ହ: ଆପଣଙ୍କ ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବ। ଚାକିରିରେ ଦରମା ବଢ଼ିପାରେ। ପ୍ରେମୀଯୁଗଳ ଜଳଖିଆ ଦୋକାନକୁ ଭୋଜନ ପାଇଁ ଯିବେ।
କନ୍ୟା: ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ। ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ବ୍ୟବସାୟରେ ସବୁକିଛି ଭଲ।
ତୁଳା: ଦିନଟି ଉତ୍ତମ ରହିବ। ଆୟ ଲାଗି ନୂଆ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ବିଦେଶ ଯିବାର ଯୋଜନା କରିପାରନ୍ତି।
ବିଛା: ବ୍ୟବସାୟରେ କୌଣସି ସ୍ଥଗିତ କାର୍ଯ୍ୟ ସ˚ପୂର୍ଣ୍ଣ ହେବ। ସରକାରୀ କ୍ଷେତ୍ରରେ ଲାଭ ପାଇବେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ।
ଧନୁ: ସମୟ ପୂର୍ବରୁ କାମ ପୂରା ହୋଇପାରେ। ଅର୍ଥ ସମ୍ବନ୍ଧୀୟ ଭଲ ଖବର ପାଇବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମରେ ବଦଳିପାରେ।
ମକର: ନିଜ କାମରେ ମନୋଯୋଗ ଦିଅନ୍ତୁ। ଅଯଥାରେ କାହାରି ସହିତ ତର୍କ କରନ୍ତୁ ନାହିଁ। ଜୀବନସାଥୀଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି।
କୁମ୍ଭ: ମନ ଖୁସି ରହିବ। ନୂଆ ଲୋକଙ୍କ ସହ ସୌଜନ୍ୟପୂର୍ଣ୍ଣ କଥାବାର୍ତ୍ତା। ବ୍ୟବସାୟ ସଂପର୍କରେ ଭଲ ଖବର ପାଇବେ।
ମୀନ: ଆଗକୁ ବଢ଼ିବାର ଦିନଟିଏ। ପ୍ରଭାବଶାଳୀ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହୋଇପାରେ। ଗଳ୍ପ-କବିତା ଆଦିରେ ମହିଳାଙ୍କ ରୁଚି ବଢ଼ିବ।