Only for Entertainment

ଅଡୁଆରେ ଅଭିନେତ୍ରୀ ରବିନା ଟଣ୍ଡନ, କମେଡି କୁଇନ ଭାରତୀ ସିଂ ଏବଂ ଫରହା ଖାନ !

44

ବିବାଦ ଘେରରେ ଅଭିନେତ୍ରୀ ଟଣ୍ଡନ,କମେଡି କୁଇନ ଭାରତୀ ସିଂ ଏବଂ ଫରହା ଖାନ । ୩ଜଣ କଳାକାର ନିଜର ବୟାନ ଯୋଗୁଁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ଆସିବା ସହ ଏମାନଙ୍କ ନାଁରେ ମାମଲା ରୂଜୁ ହୋଇଛି । ଆଇପିସି ଧାରା ୨୯୫ଏ’ରେ ଏମାନଙ୍କ ନାଁରେ ପଂଜାବ ଅଜନଲା ପୋଲିସ ଥାନାରେ ମାମଲା ରୁଜୁ ହୋଇଛି । ଏକ ରିୟଲିଟି ଶୋରେ ରବିନା,ଭାରତୀ ଓ ଫରହାନ ଏମିତି କିଛି ବୟାନ ଦେଇଥିଲେ ଯାହା ଧାର୍ମିକ ଭାବନାକୁ ଆଘାତ ପହଁଚାଇଥିବା ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ବିବାଦ ଘନେଇବା ପରେ ଏବେ ରବିନା ଶୋର ଏକ ଭିଡିଓ ଟୁଇଟର ପୋଷ୍ଟ କରିଛନ୍ତି ।ସେ କିମ୍ବା ଅନ୍ୟ ଦୁଇ କଳାକାର ସେଭଳି କିଛି ବୟାନ ଦେଇନଥିବା ସେ କହିଛନ୍ତି ।ଯଦି ଅଜଣାତରେ ସେମାନଙ୍କ ବୟାନ କାହାକୁ ଆଘାତ ଦେଇଛି ସେଥିପାଇଁ ସେମାନେ ଦୁଖିତ ଓ କ୍ଷମା ପ୍ରାର୍ଥନା କରୁଥିବା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More