Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
36

ମେଷ: ଉପରିସ୍ଥ ଅଧିକାରୀଙ୍କ ସହିତ ସ୍ବତନ୍ତ୍ର ବିଷୟରେ ଆଲୋଚନା ହେବ। ବ୍ୟବସାୟରେ ଲାଭ ହୋଇପାରେ। ପରିବାର ଲୋକଙ୍କ ସହ ମିଳନ ହେବ।

ବୃଷ: କୌଣସି କଥା ବୁଝିବାରେ ଭୁଲ୍‌ ହୋଇପାରେ। ଅଧିକାରୀମାନଙ୍କ ସହିତ ବ୍ୟବହାରବେଳେ ସାବଧାନ ରହନ୍ତୁ। ବୈବାହିକ ଜୀବନ ଭଲ ରହିବ।

ମିଥୁନ: ବଡ଼ ଧରଣର ବ୍ୟବସାୟ ସୁଯୋଗ ମିଳିପାରେ। ରାଜନୀତିକ ଲୋକଙ୍କ ଲାଗି ବିଦେଶ ଯାତ୍ରାର ସୁଯୋଗ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ।

କର୍କଟ: ଆପଣଙ୍କ ସ୍ନେହ ଅନ୍ୟମାନକୁ ପ୍ରଭାବିତ କରିବ। କାରବାରରେ ସଫଳତା ପାଇବେ। ବିଦ୍ୟାର୍ଥୀଙ୍କୁ ନିଜର ବୃତ୍ତି ସମ୍ବନ୍ଧରେ ଖବର ମିଳିବ।

ସି˚ହ: ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ସାମାଜିକ ସ୍ତରରେ ଲୋକମାନଙ୍କୁ ସାହାଯ୍ୟ କରିବେ। ପାରିବାରିକ ସଂପର୍କ ଭଲ ରହିବ।

କନ୍ୟା: ପୁରୁଣା ପରିଚୟରୁ କାର୍ଯ୍ୟକ୍ଷେତ୍ରରେ ଲାଭ ପାଇବେ। ସାମାଜରେ ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ପାରିବାରିକ ସମ୍ବନ୍ଧରେ ସାମଞ୍ଜସ୍ୟ ବଜାୟ ରହିବ।

ତୁଳା: ଆପଣ ଉତ୍ସାହିତ ଓ ସକ୍ରିୟ ରହିବେ। କୌଣସି ବ୍ୟକ୍ତିଙ୍କ ଠାରୁ ନୂଆ କିଛି କରିବା ପାଇଁ ପ୍ରେରଣା ମିଳିବ। ବ୍ୟବସାୟିକ ଯାତ୍ରା ଲାଭପ୍ରଦ ହେବ।

ବିଛା: ଆପଣଙ୍କ ମନରେ ସକରାତ୍ମକ ଶକ୍ତି ସ˚ଚାର ହେବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମରେ ସଫଳତା ମିଳିବ।

ଧନୁ: ସକରାତ୍ମକ ଭାବନାରେ ଦିନ କଟିବ। ନିଜର ବ୍ୟବସାୟ ସାଥୀ ସହିତ ମିଳିତ ହୋଇ କାମ କରନ୍ତୁ, ଲାଭ ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି।

ମକର: ନିତିଦିନିଆ କାମରେ ସାମାନ୍ୟ ଗତିରୋଧ ହୋଇପାରେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇବାରେ ସଫଳ ହେବେ। ନୂଆ ସ˚ପର୍କରୁ ଲାଭ ହେବ। ଦାଂପତ୍ୟ ଜୀବନ ମଧୁର ହେବ।

ମୀନ: ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ। ଜୀବିକାର ଯୋଜନା କରିବା ପାଇଁ ଦିନଟି ଶୁଭ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More