ଏବେ ସର୍ବସାଧାରଣ ମଣିଷ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ସୋସିଆଲ ମିଡିଆ ବହୁଳମାତ୍ରାର ବ୍ୟବହାର କାରଣରୁ ସମସ୍ତ ଖବର ଖୁବ ଶୀଘ୍ର ଆମ ପାଖରେ ଅତି ସରଳ ଭାବେ ପହଂଚିବା ସମ୍ଭବ ହୋଇପାରିଛି । ସେହିଭଳି କଳାକାରମାନଙ୍କର ଟିକି ନିଖି ଖବର ମଧ୍ୟ ଆମ ପାଖରେ ପହଂଚିବା ସାହାଯ୍ୟ କରୁଛି ସୋସିଆଲ ମିଡିଆ । ଆଗରୁ ତ ଆମେ ଜାଣିଛେ ବଲିଉଡ ଏବଂ ହଲିଉଡ କଳାକାର କେତେ ମାତ୍ରାରେ ସୋସିଆଲ ମିଡିଆ ସାହାଯ୍ୟରେ ଲୋକଙ୍କ ପାଖରେ ସହଜରେ ପହଂଚି ପାରୁଥିଲେ । ମାତ୍ର ବର୍ତ୍ତମାନ ଓଲିଉଡ କଳାକାରମାନେ ମଧ୍ୟ ସୋସିଆଲ ମିଡିଆରେ ରହୁଛନ୍ତି ଖୁବ ଆକ୍ଟିଭ ।
ନିକଟରେ ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀ ନିଜର ଇନଷ୍ଟାଗ୍ରାମ ଆକାଉଂଟରେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ତାଙ୍କର ଅପକମିଂ ଫିଲ୍ମ “ନିମକି(ନିମପୁରରୁ ନବୀନ ନିବାସ)”ର ଟିଜର ଆସନ୍ତାକାଲି ରିଲିଜ ହେବାକୁ ଯାଉଛି । ଯାହାର ଘୋଷଣା ସେ ନିଜର ସୋସିଆଲ ଅକାଉଂଟ ଜରିଆରେ କହିଛନ୍ତି । ତେବେ ଏହି ଫିଲ୍ମ ନିକଟରେ ଜୋରସୋରରେ ସୁଟିଂ ଚାଲିଥିଲା ।
ଏଠାରେ ଆମେ କହି ରଖୁଛୁ ଯେ ଅଭିନେତ୍ରୀ ବର୍ଷା ଏଥିରେ ଏକ ଗାଉଁଲି ଝିଅ ଭୂମିକାରେ ନଜର ଆସିବେ । ଯାହାର ରାଜନୀତିରେ ଯୋଗ ଦେବାକୁ ଖୁବ ଆଗ୍ରହ ଏହି କାହାଣୀ ଉପରେ ଫିଲ୍ମ ପର୍ଯ୍ୟବେଷିତ ଏବଂ ଏଥିରେ ବହୁ ପ୍ରତିକ୍ଷିତ ରାଜନେତା ମଧ୍ୟ ନଜର ଆସିବେ ବୋଲି ସୂତ୍ରରୁ ପ୍ରକାଶ । ତେବେ ଖୁବ ଶୀଘ୍ର ଏହା ପରଦାରେ କଣ ଧମାଲ ଦେଖାଇବ ତାହା କେବଳ ଦେଖିବା ବାକି ରହିଲା ।