Only for Entertainment

ରିଲିଜ ହେଲା ପ୍ରାମାଣିକ ଚଳଚ୍ଚିତ୍ର ‘କୋକଲି’ର ଟ୍ରେଲର, ଦେଖିବାକୁ ମିଳିଲା ଗାର୍ଗୀ ମହାନ୍ତିଙ୍କ ଭିନ୍ନ ଅନ୍ଦାଜ !

60

ନିଜ ପ୍ରଭାବଶାଳୀ ଅଭିନୟରେ ପୂର୍ବରୁ ଜାତୀୟ ସ୍ତରରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଗାର୍ଗି ମହାନ୍ତିଙ୍କୁ ଦେଖିବାକୁ ମିଳିଛି ପ୍ରାମାଣିକ ଚଳଚ୍ଚିତ୍ର ‘କୋକୋଲି’ରେ । ବଦଳୁଥିବା ପାଣିପାଗ ଓ ଏହାକୁ ନେଇ ସମାଜ ଉପରେ ପଡୁଥିବା ପ୍ରଭାବ ଉପରେ ଗତିଶୀଳ ହୋଇଛି ଚଳଚ୍ଚିତ୍ର କୋକୋଲିର କାହାଣୀ । ଏହି ସିନେମାର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି ।

କୋକୋଲି, ଏକ ପ୍ରାମାଣିକ ଚଳଚ୍ଚିତ୍ର । ଓଡିଶାର ଏକ ମୌଳିକ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି । ବଦଳୁଥିବା ପାଣିପାଗକୁ ନେଇ କିଭଳି ସମୁଦ୍ର ବଢି ବଢି ଚାଲିଛି, ଆଉ ଏହାକୁ ନେଇ ମତ୍ସଜୀବୀମାନେ କିପରି ଅସୁବିଧାକୁ ସାମ୍ନା କରୁଛନ୍ତି ତାହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ଅଭିନେତ୍ରୀ ଗାର୍ଗି ମହାନ୍ତିଙ୍କୁ ଲିଡ୍ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମର ପ୍ରଥମ ଟ୍ରେଲର୍ ଏବେ ରିଲିଜ୍ ହୋଇଛି ।

ଏଠାରେ ଆମେ କହି ରଖୁଛୁ ଯେ, ଦ ନେକେଡ୍ ଆଇ ଏବଂ ରାଗ ଫିଲ୍ମ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସ୍ନେହାସିସ ଦାସ । ଏକ ସାମାଜିକ ସମସ୍ୟା ଉ ତା ସହ ପ୍ରେମକାହାଣୀ ବି ସ୍ଥାନ ପାଇଛି ଏହି ସିନେମାରେ । ସିନେମାରେ ଗାର୍ଗି ମହାନ୍ତିଙ୍କ ବ୍ୟତିତ ଲିଙ୍କନ ପଟ୍ଟନାୟକ, ଭାସ୍ୱତି ବାସୁ, ଧରିତ୍ରି ଖଣ୍ଡୁଆଳ ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିଛି । ବହୁ ଜାତୀୟ ଫିଲ୍ମ ଫେଷ୍ଟିବାଲ୍ରେ ସାମିଲ୍ ହୋଇଛି ଚଳଚ୍ଚିତ୍ର କୋକଲି । ଆସନ୍ତା ଉକ୍ରଳ ଦିବସ ଅବସରରେ ଏହି ଏହି ସିନେମାର ସ୍ପେଶାଲ୍ ସ୍କ୍ରିନିଂ ସିଙ୍ଗାପୁର୍ଠାରେ କରାଯିବାର ସୂଚନା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More