ଭାଗ୍ୟ ବଦଳାଇପାରେ କଇଁଛ ।
କଇଁଛର ପ୍ରତୀମା ଏକ ପ୍ରଭାବଶାଳୀ ଯନ୍ତ୍ର । ଏହା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଜୀବନରେ ସମୃଦ୍ଧି ଆସିଥାଏ । ସଫଳତା ମିଳିବା ସହିତ ଧନ ସମ୍ପତ୍ତିର ମଧ୍ୟ ଆଗମନ ହୋଇଥାଏ । ସନାତନ ଧର୍ମରେ କଇଁଛକୁ କୂର୍ମ ଅବତାର ବା ଭଗବାନ ବିଷ୍ଣୁଙ୍କ କଛପ ରୂପ ବୋଲି କୁହାଯାଏ । କୁହାଯାଏ ଯେଉଁଠାରେ କଇଁଛ ରହିଥାଏ ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି । କଇଁଛକୁ ଘରେ ରଖିଲେ ଖୁବ ଲାଭ ମିଳିଥାଏ ।
କଇଁଛକୁ ଅଫିସ ବା ଘରର ଉତ୍ତର ଦିଗରେ ରଖନ୍ତୁ । ଯଦି ସମ୍ଭବ ହେଉନାହିଁ ତେବେ ଘରର ପୂର୍ବ ଦିଗରେ ରଖନ୍ତୁ ।
ଘରେ କଇଁଛ ରହିବା ଦ୍ୱାରା ପରିବାରରେ ଭଲପାଇବା ବଢିଥାଏ ।
କଇଁଛର ପ୍ରତିମାକୁ କେବେ ମଧ୍ୟ ଶୋଇବା ଘରେ ରଖନ୍ତୁ ନାହିଁ ।
କଇଁଛର ସ୍ଥାପନା ପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ ହେଉଛି ଡ୍ରଇଁ ରୁମ ।
ଘରେ କଇଁଛ ରହିବା ଦ୍ୱାରା ପାଣି ଏବଂ ପବନ ସଂପର୍କୀତ ସମସ୍ତ ଦୋଷ ଦୂର ହୋଇଯାଏ ।
ଯେଉଁ ଘରେ ଜୀବିତ କଇଁଛ ରହିଥାଏ ସେହି ଘରେ କେବେ ମଧ୍ୟ ଅକାଳ ମୃତ୍ୟୁର ସମ୍ଭାବନା ନଥାଏ ।
ବଂନ୍ଧ୍ୟାପଣ ଦୋଷ ଥିଲେ ତାହା ଦୂର ହୋଇଯାଏ ।
ଯେତେବେଳେ କୌଣସି ନୂଆ କାମ ଆରମ୍ଭ କରୁଛନ୍ତି ତେବେ ଦୋକାନ କିମ୍ବା ଅଫିସରେ ରୂପାର କଇଁଛ ରଖନ୍ତୁ । ଏହା ଦ୍ୱାରା ଧନ ଆସିଥାଏ ।