Only for Entertainment

ନଚ ବଲିୟେ ସେଟ୍ ରେ ରାହୁଲ ମହାଜନଙ୍କୁ ଚାପୁଡ଼ା ମାରିଲେ ଅଭିନେତ୍ରୀ ।

aajtak
61

ଡ୍ୟାନ୍ସ ରିଆଲିଟି ଶୋ ନଚବଲିୟେ ୯’ ଖୁବଶୀଘ୍ର ପ୍ରିମିୟର ହେବାକୁ ଯାଉଛି । ଏହି ଥର ଡ୍ୟାନ୍ସ ଶୋ’ରେ ଟିଭି ଜଗତର ବଡ଼ ବଡ଼ ତାରକା ଯୋଗ ଦେବେ ।ଏହାର ଗ୍ରାଣ୍ଡ ପ୍ରିମିୟରକୁ ଅଧିକ ଏଂଟରଟେନିଂ କରିବା ପାଇଁ ଟିଭିର ନାମିଦାମୀ ଚେହେରା କପଲ ହୋଇ ଆସିବେ । ଶୋ ଏକ ଭ୍ରମ ସର୍ବଗୁଣ ସମ୍ପନ୍ନର ଅଭିନେତ୍ରୀ ଶ୍ରେନୁ ପାରିଖ ଏବଂ ବିଗବସରେ ନଜର ଆସିଥିବା ରାହୁଲ ମହାଜନ ପ୍ରିମିୟର ଦିନ ନଜର ଆସିବେ ।

ପ୍ରିମିୟର ଏପିସୋଡରେ ଶ୍ରେନୁ ରାହୁଲଙ୍କୁ ଜୋରରେ ଚାପୁଡ଼ା ମରିବେ । ଆପଣ କିଛି ଭାବିବା ପୂର୍ବରୁ ଆମେ କହିରଖୁଛୁ ଏହି ଚାପୁଡ଼ା ଜାଣିଶୁଣି ମାରିବେ ନାହିଁ । ବାସ୍ତବରେ ଦୁଇଜଣ ଏକା ସାଙ୍ଗରେ ରିହର୍ସଲ କରୁଥିଲେ, ଦୃଶ୍ୟରେ କମେଡ଼ି ଦେଖାଇବା ପାଇଁ ଶ୍ରେନୁ ରାହୁଲଙ୍କୁ ଚାପୁଡ଼ା ମାରିବାର ଥିଲା । ଶ୍ରେନୁଙ୍କର ଇଛା ନଥିଲା, କିନ୍ତୁ ରାହୁଲ ତାଙ୍କୁ ଚାପୁଡ଼ା ମାରିବା ପାଇଁ କହିଥିଲେ । କାରଣ ହେଉଛି କମିକ ଆକ୍ଟକୁ ସମସ୍ତେ ସତ ମାନିନେବେ । ତେବେ ଏହା ମଜାଦାର ଅନୁଭବ ଥିଲା ବୋଲି କହିଛନ୍ତି ଶ୍ରେନୁ । ତେବେ ଏହାକୁ ପରଦାରେ ଦେଖିବା ଖୁବ ମଜାଦାର ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More