Only for Entertainment

ଅମିତାଭ ବଚ୍ଚନଙ୍କ ଶୋ’ କେବିସି-୧୧ କୁ ବୟକଟ୍ କରିବା ପାଇଁ ଉଠିଲା ଦାବି, ଛତ୍ରପତି ଶିବାଜୀ ମହାରାଜଙ୍କ ସହିତ ରହିଛି କନେକ୍ସନ

latestly
32

ଅମିତାଭ ବଚ୍ଚନଙ୍କ ପପୁଲାର ଟିଭି ଶୋ’ କେବିସି ୧୧କୁ ନେଇ ହଙ୍ଗାମା ଆରମ୍ଭ ହେବାକୁ ଲାଗିଛି । ଏହାକୁ ନେଇ ସୋସିଆଲ ମିଡିଆରେ ଲୋକେ ଶୋ’କୁ ବୟକଟ୍ କରିବା ପାଇଁ ଦାବି କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଭାରତର ଲୋକପ୍ରିୟ ଫ୍ୟାମିଲି ଶୋ’ ଏପକି କ’ଣ କରିଛି ଯେ ଲୋକେ ଏହାକୁ ବୟକଟ କରିବା ପାଇଁ ଦାବି କରୁଛନ୍ତି । ତେବେ ଆପଣକୁ କହିରଖୁଛୁ ଯେ, ଏହି ମାମଲା ଛତ୍ରପତି ଶିବାଜୀଙ୍କୁ ଆରମ୍ଭ ହୋଇଛି ।

ଅସଲରେ କେବିସିର ଏକ ଏପିସୋଡରେ ଅମିତାଭ ବଚ୍ଚନ ପ୍ରଶ୍ନ କରିଥିଲେ ଏଥିମଧ୍ୟରୁ କେଉଁ ଶାସକ ମୁଗଲ ସମ୍ରାଟ ଔରଙ୍ଗଜେବଙ୍କ ସମକାଳୀନ ଥିଲେ । ଏହି ପ୍ରଶ୍ନରେ ଅପସନରେ ଥିଲା ମହାରଣା ପ୍ରତାପ, ରାଣା ସାଙ୍ଗା, ମହାରାଜା ରଣଜୀତ ସିଂ ଏବଂ ଶିବାଜୀ । ତେବେ ଛତ୍ରପତି ଶିବାଜୀ ବଦଳରେ କେବଳ ଶିବାଜୀ ଲେଖାଯିବା ପରେ ଲୋକେ ରାଗିଯାଇ ସୋସିଆଲ ମିଡିଆରେ ଶୋ’କୁ ବୟକଟ କରିବା ପାଇଁ ଦାବି କରୁଛନ୍ତି ।

ଦେଖନ୍ତୁ ଟ୍ୱିଟ-

ଏପରି ଲୋକେ ଅମିତାଭ ବଚ୍ଚନ ଭୁଲ ମାଗନ୍ତୁ ବୋଲି ମଧ୍ୟ ଟ୍ୱିଟ କରି କହିଛନ୍ତି । ଲୋକଙ୍କ କହିବା ଅନୁସାରେ ଔରଙ୍ଗଜେବଙ୍କୁ ସମ୍ରାଟ କହି ଲେଖାଯାଇଥିବା ବେଳେ ଛତ୍ରପତି ଶିବାଜୀଙ୍କୁ କେବଳ ଶିବାଜୀ କହିବା ନିନ୍ଦନୀୟ ଅଟେ । କାରଣ ସେ ମରାଠା ସମ୍ରାଜ୍ୟର ଜଣେ ମହାଜ ଯୋଦ୍ଧା ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More