Only for Entertainment

ଟାଇମ୍ସ ମ୍ୟୁଜିକରେ ରିଲିଜ ହେଲା ହେମା ମାଲିନୀଙ୍କ ‘କୃଷ୍ଣ ମନ୍ତ୍ର’ ଏବଂ ‘କୃଷ୍ଣ ମହାମନ୍ତ୍ର’ !

60

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ମଉକାରେ ବଲିଉଡ ଡ୍ରିମଗର୍ଲ ହେମାମାଲିନୀଙ୍କୁ ଫ୍ୟାନ୍ସ ଶାନଦାର ଅଭିନେତ୍ରୀ ଏବଂ ଡାନ୍ସର ରୂପେ ଜାଣିଛନ୍ତି । ଜନ୍ମାଷ୍ଟମୀରେ ଫ୍ୟାନ୍ସ ତାଙ୍କ ଗାୟକୀରେ ମଧ୍ୟ ପରିଚିତ ହୋଇଯିବେ । ଟାଇମ୍ସ ମ୍ୟୁଜିକ ହେମା ମାଲିନୀଙ୍କ ଦୁଇଟି ଆଲବମ କୃଷ୍ଣ ମନ୍ତ୍ର ଏବଂ କୃଷ୍ଣ ମହାମନ୍ତ୍ର ରିଲିଜ କରିଛି ।

ଜନ୍ମାଷ୍ଟମୀରେ ରିଲିଜ ହୋଇଥିବା ଏହି ମ୍ୟୁଜିକ ଆଲବମରେ ହେମାମାଲିନୀ ନିଜ ସୁମଧୁର ସ୍ୱର ଦେଇଛନ୍ତି । ଏହାପୂର୍ବରୁୁ ମଧ୍ୟ ସେ ଟାଇମ୍ସ ମ୍ୟୁଜିକରେ ନିଜ କଣ୍ଠ ପ୍ରଦର୍ଶନ କରିଛନ୍ତି, ଯାହା ତାଙ୍କର ଡେବ୍ୟୁ ଗୀତ ଥିଲା । ସେ ସୁରେଶ ୱାଡେକରଙ୍କ ସହ ସୌନ୍ଦର୍ଯ୍ୟ ଲହରୀ ଗାଇଥିଲେ ।

ୟୁଟ୍ୟୁବ ବ୍ୟତୀତ ଏହି ଗୀତ ଗାନା ଡଟ କମ୍ ରେ ମଧ୍ୟ ରିଲିଜ ହୋଇଛି । ଏଠାରେ ଆମେ କହି ରଖୁଛୁ ଯେ ସେ ଏବେ ବଡ ପରଦା ଠାରୁ ଦୂରରେ ଅଛନ୍ତି ଏବଂ ବିଗତ ଲୋକସଭା ନିର୍ବାଚନରେ ସେ ମଥୁରା ରେ ସାଂସଦ ଭାବେ ଚୟନ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More