Only for Entertainment

ରିଲିଜ ହେଲା ଆଗାମୀ ଓଡିଆ ଫିଲ୍ମ ‘ଚାଲ ଟିକେ ଦୁଷ୍ଟ ହେବା’ର ଟାଇଟଲ୍ ଟ୍ରାକ୍ !

odishain
174

ଆଗାମୀ ଓଲିଉଡ ଫିଲ୍ମ ‘ଚାଲ ଟିକେ ଦୁଷ୍ଟ ହେବ’ଟାଇଟଲ ଟ୍ରାକ ମୁକ୍ତିଲାଭ କରିଛି । ଗୀତଟି ଖୁବ ମଜାଦାର ହୋଇଛି । । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ନୂଆ ନାୟକ ନାୟିକ । ତେବେ ଏହି ଫିଲ୍ମର ଟାଇଟଲ ଟ୍ରାକ ରିଲିଜ ହୋଇଯାଇଛି ଏବଂ ଗୀତରେ ଯାଦୁ ବିଛାଇଛି ତାରିକ୍ ଅଜିଜଙ୍କ ଗାୟିକି । ଏହି ଗୀତରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଭୂତି ଭୂଷଣ ଗଡନାୟକ ଏବଂ ଲିରିକ୍ସ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି । ଦେଖନ୍ତୁ –

 

ତେବେ ତାରିକ୍ ଅଜିଜଙ୍କ ବିଷୟରେ କହିବାକୁ ଗଲେ ଓଡିଆ ସିନେ ଈଣ୍ଡଷ୍ଟ୍ରିରେ ସେ ଅନେକ ପେପି ନମ୍ବର ଡ୍ୟାନ୍ସ ନମ୍ବର ଗୀତ ଦେଇଛନ୍ତି । ଟାଟୁ ବାଲୀରୁ ସେ ସାରା ଓଡିଶାରେ ପରିଚିତ ହୋଇଥିଲେ ଏବଂ ତୋର ଇସ୍କରେ ଜିଏସଟି, ନାଗୀନ ନାଗୀନ ଭଳି ଗୀତ ଗାଇ ସେ ଲୋକଙ୍କୁ ହୃଦୟ କିଣିଥିଲେ ।

ଫିଲ୍ମ ବିଷୟରେ କହିବାକୁ ଗଲେ, ତରଙ୍ଗ ସିନେ ପ୍ରଡକସନ୍ସ ଆଗରୁ କେତେକ ନୂଆ ନାୟକ ନାୟିକାଙ୍କୁ ଲଞ୍ଚ କରିଛି। ଏଥିରେ ତିନି ଜଣ ନୂଆ ପ୍ରତିଭାଙ୍କୁ ନାୟକ ,ନାୟିକା ଭୂମିକାରେ ନିଆଯାଇଛି। ଏମାନେ ହେଲେ ରୁସାନ୍ ,ସିଆଲି ଓ ମହିମା। ଏହା ପ୍ରଯୋଜନା ସଂସ୍ଥାର ଅଶୀଦଶ ସିନେମା।‘ଚାଲ୍ ଟିକେ ଦୁଷ୍ଟ ହେବା’ର ନିର୍ଦ୍ଦେଶନା ଦେଉଛନ୍ତି ତାପସ ସରଘରିଆ। ତରଙ୍ଗ ବ୍ୟାନରରେ ଏହା ହେଉଛି ତାପସଙ୍କର ପଞ୍ଚମ ସିନେମା । ଆଗରୁ ସେ ଏହି ପ୍ରଯୋଜନା ସଂସ୍ଥା ଦ୍ୱାରା ପ୍ରଯୋଜିତ ‘ଇଶ୍କ ତୁ ହି ତୁ’,ତୁ ମୋ ଲଭ୍ ଷ୍ଟୋରି ,‘ହିରୋ ନମ୍ବର ଓ୍ଵାନ୍ ’ଓ ‘ପ୍ରେମ୍ କୁମାର’ ଆଦି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More